ପଶ୍ଚିମବଙ୍ଗରେ ଜଳପାଇଗୁଡି ଜିଲ୍ଲାର ଏକ ଚା ବଗିଚାରେ ଶ୍ରମିକ ଭାବରେ କରିମୁଲ ହକ୍ କାମ କରନ୍ତି ଓ ସେ ଲୋକମାନଙ୍କୁ ମାଗଣାରେ ଧଳବାରି ଓ ନିକଟସ୍ଥ ଗାଁରୁ ଡାକ୍ତରଖାନାକୁ ନେବାପାଇଁ ନିଜ ମୋଟର ସାଇକେଲକୁ ବ୍ୟବହାର କରନ୍ତି। ଧଳବାରିଠାରୁ ଛଅ କିଲୋମିଟର ଦୂରରେ ଅବସ୍ଥିତ କ୍ରାନ୍ତିରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଛି, କିନ୍ତୁ ଏଠାରେ ବହୁତ କମ୍ ସୁବିଧା ଅଛି। ଏହି ସ୍ଥାନରେ ନିୟମିତ ଚାରିଚକିଆ ଆମ୍ବୁଲାନ୍ସ୍ ସେବା ଉପଲବ୍ଧ ନାହିଁ।
କରିମୁଲଙ୍କ ଅସାଧାରଣ ‘ବାଇକ ଆମ୍ବୁଲାନ୍ସ୍’ ଓ ମୋବାଇଲ ନମ୍ବର (ଡାକ୍ତରୀ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କଠରୁ କଲ୍ ପାଇଁ) ଗାଁମାନଙ୍କରେ ବହୁତ ଲୋକପ୍ରିୟ ହୋଇଆସିଛି,ଏବଂ ତାଙ୍କର ସେବା ବିଷୟରେ ସ୍ଥାନୀୟ ଡାକ୍ତରମାନେ, ପୋଲିସ୍ ଅଧିକାରୀବୃନ୍ଦ ଓ ବ୍ଲକ୍ କର୍ମଚାରୀମାନେ ମଧ୍ୟ ଅବଗତ ଅଛନ୍ତି।
କରିମୁଲ ନିଜର ଚା ବଗିଚା କାମରୁ ମାସକୁ ୪୦୦୦ଟଙ୍କା ରୋଜଗାର କରନ୍ତି। ସେ ନିଜ ଦରମାର ୨୫ଶତାଂଶ ଇନ୍ଧନ ଓ ବାଇକ ଚଳାଇବାର ଅନ୍ୟ ଖର୍ଚ୍ଚ ବାବଦକୁ ରଖନ୍ତି, ଏବଂ ଅନ୍ୟ ୨୫ଶତାଂଶ ବ୍ୟାଙ୍କ ଋଣ ପରିଶୋଧ ବାବଦକୁ ଖର୍ଚ୍ଚ କରନ୍ତି। କରିମୁଲ ଅଧିକ ଟଙ୍କା ପାଇଁ ଲାଳାୟିତ ନୁହଁନ୍ତି; ସେ ବିଶ୍ୱାସ କରନ୍ତି ଯେ ଆଲ୍ଲା ତାଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପୁରସ୍କୃତ କରିବେ।


କରିମୁଲ ନିଜର ମଟର ବାଇକକୁ ଧ ଳ ବାରି ଓ ନିକଟସ୍ଥ ଗାଁମାନଙ୍କରୁ ଲୋକମାନଙ୍କୁ ଡାକ୍ତରଖାନା ଓ କ୍ଲିନିକ୍କୁ ବିନା ମୂଲ୍ୟରେ
ଛାତ୍ରମାନଙ୍କଦ୍ୱାରା ତିଆରି କରାଯାଇଥିବା ଚଳଚ୍ଚିତ୍ରରେ ‘କୋଲ୍ଡ’ ର କିଛି ସୁନ୍ଦର ଅଂଶକୁ ବ୍ୟବହାର କରିବାପାଇଁ ଅନୁମତି ଦେଇଥିବରୁ ସଙ୍ଗୀତକାର ଜର୍ଜ ମେଣ୍ଡେଜଙ୍କୁ PARI ଧନ୍ୟବାଦ ଦେବାକୁ ଚାହୁଛିଁ।
ଅନସୂୟା ଚୌଧୁରୀ କରିମ ହକ୍ଙ୍କୁ ଟିମ୍ ସହ ପରିଚିତ କରାଇଲେ ଓ ଏହି ଚଳଚ୍ଚିତ୍ର ପାଇଁ ଲୋକେସନ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ; ମୌମିତା ପୁରକ୍ଷସ୍ଥା ହେଉଛନ୍ତି ଚଳଚ୍ଚିତ୍ରର ସାଉଣ୍ଡ ମ୍ୟାନେଜର।
ସେମାନେ ଉଭୟ, ମଧ୍ୟ ତିନି ନିର୍ଦ୍ଦେଶକ (ପ୍ରଶଂସିତ ନିମ୍ନରେ), ଶାନ୍ତିନିକେତନର, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତରର ଚତୁର୍ଥ ସେମିଷ୍ଟାର ଛାତ୍ର
ଅନୁବାଦ: ଓଡ଼ିଶାଲାଇଭ୍