
ଶ୍ୟାମବତୀସ୍ଥିତ ନିଜ ଘରେ ବପା ଗୌରଚନ୍ଦ୍ର ଗରାଇଙ୍କ ସହ ବର୍ଷା
ବର୍ଷା କହିଲେ, "ମତେ ପାଠ ପଢିବା ସହ ଗୀତ ଗାଇବା ଏବଂ ପେଣ୍ଟିଂ କରିବାକୁ ଭଲଲାଗେ।" ପଶ୍ଚିମବଙ୍ଗରେ ସାଧାରଣତଃ କମ୍ ବୟସର ଝିଅମାନେ ବାଉଲ ଗୀତ ଶିଖନ୍ତି ନାହିଁ। ଯଦିଓ କିଛି ବାଉଲ ଗାୟିକା ଅଛନ୍ତି, ଏମାନଙ୍କ ସଂଖ୍ୟା କିନ୍ତୁ ପୁରୁଷଙ୍କଠାରୁ ଯଥେଷ୍ଟ କମ। ବାସୁଦେବ ଦାସଙ୍କଠାରୁ ତାଲିମ ନେବାରେ ବର୍ଷା ହେଉଛି ତା ବୟସର ଏକମାତ୍ର ଝିଅ।
ବାଉଲ ସଂଗୀତ ହେଉଛି ରହସ୍ୟବାଦ ସଂଗୀତ, ଏହି ସଂଗୀତରେ ରହିଛି ଜୀବନ ଦର୍ଶନ ଏବଂ ସଂସ୍କୃତିର ପ୍ରତିଫଳନ। ବାଉଲମାନେ ସଙ୍ଗୀତ ତଥା ନିଜର ସୁନ୍ଦର ପ୍ରାର୍ଥନା ମାଧ୍ୟମରେ ଦିବ୍ୟତାର ସନ୍ଧାନ ପାଇଁ କାର୍ଯ୍ୟ କରନ୍ତି, ସେମାନେ ନିଜକୁ ଆନ୍ତରିକ ସତ୍ୟର ସାଧକ ଭାବେ ପରିଗଣିତ କରନ୍ତି। ବାଉଲମାନେ ସେମାନଙ୍କ ସଂଗୀତ ମାଧ୍ୟମରେ ଈଶ୍ୱର ଏବଂ ସତ୍ୟର ସନ୍ଧାନ କରନ୍ତି। ବାଉଲ ସଂଗୀତରେ ରହିଛି ନିଃସର୍ତ୍ତ ଭଗବତ ପ୍ରେମ, ଦେହ ସାଧନା ଏବଂ ମନ ସାଧନାର ବାଣୀ। ଶିଶୁ ମନ ପାଇଁ ଏହା ଏକ ଜଟିଳ ତଥ୍ୟ। କିନ୍ତୁ ବର୍ଷା ଏହି ଦୁନିଆ ଭିତରକୁ ତାଙ୍କ ଯାତ୍ରା ଆରମ୍ଭ କରି ସାରିଛନ୍ତି।