ଶ୍ରୀଲାଲ ସାହାଣି ଜଣେ ସଙ୍ଗୀତକାର ଅଟନ୍ତି। ନିଜ ଅଂଚଳରେ ସେ ଲକ୍ଷପତିବାବୁ ଭାବରେ ଜଣା, ସେ ତାଙ୍କ ପରିବାର ସହ ପଶ୍ଚିମବଙ୍ଗର ବୋଲପୁରରେ ରୁହନ୍ତି। ତାଙ୍କ ପାଖରେ ସାଇକେଲ ଚଲାଇବା ସହିତ ଦୁଇଟି ହାତ ପଛରେ ରଖି ବାଦ୍ୟଯନ୍ତ୍ର-ଢୋଲ ଓ ଗିନି ବଜାଇବାର ଅସାଧାରଣ ଦକ୍ଷତା ରହିଛି।
୨୭ ବର୍ଷ ହେଲା ଶ୍ରୀଲାଲ ଦିନକୁ ଦୁଇଥର ସାଇକେଲରେ ଯାତ୍ରାକରନ୍ତି - ପ୍ରଥମ ଥର ସାଇକେଲରେ ସ୍ଥାନୀୟ ବଜାରରେ ମାଛ ବିକ୍ରି କରିବା ପାଇଁ, ଏବଂ ଦ୍ୱିତୀୟ ଥର ସଂଧ୍ୟାରେ ସେ ଶାନ୍ତିନିକେତନର ଗଳିରେ, ବାଦ୍ୟଯନ୍ତ୍ର ବଜାଇବା ସହ ଛଅ କିଲୋମିଟର ସାଇକେଲ ଚଲାନ୍ତି।

ଏହି ଚଳଚ୍ଚିତ୍ରଟିରେ ଥିବା କ୍ୟାମେରା କାର୍ଯ୍ୟ କରିଛନ୍ତି ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା PARI ସହାୟକ ଶ୍ରମଣ ସେନଗୁପ୍ତ ଯିଏକି ବ ର୍ତ୍ତ ମାନ କୋଲକତାର କ୍ୱେଷ୍ଟ ମିଡିଆ ଆଣ୍ଡ ଏ ଣ୍ଟ ରଟେନମେଣ୍ଟ୍ ର ଡିଜିଟାଲ ମାର୍କେଟିଙ୍ଗ ଟିମ୍ର ନେତୃତ୍ୱ ନେଉଛନ୍ତି ଓ ଶୁଭ ଭଟ୍ଟାଚାର୍ଯ୍ୟ ଯିଏକି ଯାଦ ବ ପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ୟୁନିସେଫର ପ୍ରୋଜେକ୍ଟ ରେଡିଓ ଜୁ ରେ ସ୍ୱେ ଚ୍ଛା ସେବକ ରୂପେ କାର୍ଯ୍ୟ କରନ୍ତି ।
ରିୟା ଦେ ପ୍ରାୟୋଗିକ କାର୍ଯ୍ୟରେ ଅଂଶଗ୍ରହଣ କଲେ ଏବଂ ସଂଳାପର ଅନୁବାଦ କଲେ ଓ ବିଶ୍ୱଭାରତୀରେ ପଢିବା ସହ ଏହି ଡକ୍ୟୁମେଣ୍ଟାରୀ ପ୍ରୋଜେକ୍ଟ ପାଇଁ ଫିଲ୍ମର ଏକ ସଂସ୍କରଣ ପ୍ରସ୍ତୁତ କଲେ । ସେ ବର୍ତ୍ତମାନ କଲିକତାର ଅଲିପୁର ଉନ୍ମିଶ ସୋସାଇଟି ନାମକ ଏକ ବେସରକାରୀ ସଙ୍ଗଠନରେ କାମକରୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍