
ସୁରେଖା ଓ ଚାବୁରାଓ ଧାତୁକୁ ଆକାର ଦେବା ପୂର୍ବରୁ ଶାଳରେ ଗରମ କରୁଥିଲେ
ସୁରେଖା କହିଲେ, ‘‘ମୁଖ୍ୟତଃ ବର୍ଷା ଦିନେ ଆମେ ଏଠି କାମ କରୁ, ଯେତେବେଳେ ଚାଷୀ ନୂଆ ଲଙ୍ଗଳ ଏବଂ ଯନ୍ତ୍ରପାତି ଆବଶ୍ୟକ କରନ୍ତି ବା ପୁରଣା ଜିନିଷକୁ ସଜାଡ଼ନ୍ତି।’’ ଏକ ବିରାଟ ବରଗଛ ତଳେ ସ୍ୱାମୀ ଚାବୁରାଓ ସାଲୁଙ୍କିଙ୍କ ସହ ସୁରେଖା ବସିଥିଲେ।
ବରଗଛଟି ପୁଣେ ଜିଲ୍ଲାର ୬୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏବଂ ଦାଉନ୍ଦ-ପାତସ୍ ରାସ୍ତାରେ ଥିବା ଦାପୋଦି ଗାଁର ପ୍ରବେଶ ପଥରେ ରହିଛି। ସୁରେଖା କହିଲେ, ‘‘ଆର ଗାଁରେ ଆମେ ରହୁଛୁ, ନାନ୍ଗାଓଁ।’’ “ଏଠୁ ଚାଲି ଚାଲି ଗଲେ ପ୍ରାୟ ଘଣ୍ଟାକର ବାଟ’’।
ସେମାନେ କେତେ ରୋଜଗାର କରନ୍ତି? ‘‘ଆମ ରୋଜଗାର ଦିନିକୁ ୩୦୦ ଟଙ୍କା ବା ବେଳେ ବେଳେ ୪୦୦-୫୦୦। କିନ୍ତୁ ବେଳେ ବେଳେ କିଛି କାମ ନଥାଏ କି ଆମକୁ କିଛି ମିଳେନି।’’
ଅନୁବାଦ: ଓଡ଼ିଶାଲାଇଭ୍