ବିଶବଜ୍ୟୋତ୍ ଗ୍ରେୱାଲ୍ ଯିଏକି ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଂଘୁରେ ଆନ୍ଦୋଳନ କରୁଛନ୍ତି କହିଲେ,‘‘ଆମେ ଏହି କୃଷି ଆଇନର ପ୍ରତ୍ୟାହାର ଚାହୁଁ । ’ ‘ଆମେ ଆମର ଚାଷଜମି ସହ ଖୁବ୍ ଜଡ଼ିତ ଏବଂ କେହି ଆମଠାରୁ ତାକୁ ଛଡ଼େଇ ନେବ ଆମେ ସହ୍ୟ କରିପାରବୁ ନାହିଁ ।’ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଆଇନଗୁଡ଼ିକ ସଂସଦରେ ପାରିତ ହେବା ପରେ ଚାଷୀ ପରିବାରରୁ ଆସିଥିବା ୨୩ ବର୍ଷୀୟ ବିଶବଜ୍ୟୋତ ଲୁଧିଆନା ଜିଲ୍ଲାରେ ଥିବା ନିଜ ଗାଁ ପାମାଲରେ ବିକ୍ଷୋଭ ଆୟୋଜନ ପାଇଁ ସହାୟତା କରିଥିଲେ ।
ଗ୍ରାମୀଣ ଭାରତର ଅତି କମ୍ରେ ୬୫ ପ୍ରତିଶତ ମହିଳା (୨୦୧୧ ଜନଗଣନା ଅନୁସାରେ)ଙ୍କ ପରି ତାଙ୍କ ପରିବାରର ମହିଳାମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଚାଷ ସହ ଜଡ଼ିତ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜର ଜମି ନାହିଁ, କିନ୍ତୁ ସେମାନେ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ସେମାନେ ବିହନ ବୁଣିବା, ତାକୁ ଜମିରେ ରୋଇବା, ଫସଲ ଅମଳ କରିବା, ତାକୁ କାଟିବା, ଫସଲକୁ ଚାଷ ଜମିରୁ ଘରକୁ ଆଣିବା, ଖାଦ୍ୟ ପ୍ରକ୍ରିୟାକରଣ କରିବା, ଗାଈ ଦୁହିଁବା ପରି ଅନ୍ୟାନ୍ୟ ଅଧିକାଂଶ କାମ କରିଥାନ୍ତି ।
ତଥାପି, ଜାନୁଆରୀ ୧୧ ତାରିଖରେ ଯେତେବେଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୩ଟି କୃଷି ଆଇନକୁ ସ୍ଥଗିତ ରଖିବା ଲାଗି ରାୟ ଦେଲେ, ସେତେବେଳେ ପ୍ରଧାନ ବିଚାରପତି ମଧ୍ୟ କହିଲେ ଯେ ମହିଳା ଓ ବୟସ୍କମାନଙ୍କୁ ବିକ୍ଷୋଭସ୍ଥଳରୁ ଫେରିଯିବା ଲାଗି ‘ରାଜି’ କରାଯିବା ଆବଶ୍ୟକ । କିନ୍ତୁ ଏହି ଆଇନର ପରିଣାମ ମହିଳା (ବୟସ୍କମାନଙ୍କୁ) ମଧ୍ୟ ଚିନ୍ତିତ ଓ ପ୍ରଭାବିତ କରୁଛି ।
କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।
୨୦୨୦ ଜୁନ୍ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି), କୃଷି ଉତ୍ପାଦ ବଜାର କମିଟି (ଏପିଏମ୍ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି ।
ଅଲ୍ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଆସନ୍ର ମହାସଚିବ ମରିୟମ ଧାୱଲେ କହିଲେ,‘‘ମହିଳାମାନେ ନୂଆ କୃଷି ଆଇନ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଯାଉଛନ୍ତି । ଯଦିଓ ସେମାନେ କୃଷି କ୍ଷେତ୍ରରେ ବହୁତ ଅଧିକ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କର ସିଦ୍ଧାନ୍ତ ନେବାର କ୍ଷମତା ନ ଥାଏ। ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନରେ ପରିବର୍ତ୍ତନ (ଉଦାହରଣସ୍ୱରୂପ) ଖାଦ୍ୟ ସଂକଟ ସୃଷ୍ଟି କରିବ ଏବଂ ମହିଳାମାନଙ୍କୁ ତା’ର ପରିଣାମ ଭୋଗ କରିବାକୁ ପଡ଼ିବ।’’
ଏବଂ ଏହି ମହିଳାଙ୍କ ମଧ୍ୟରୁ ଅନେକ ଯୁବତୀ ଓ ବୃଦ୍ଧା ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଚାଷୀ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଅଛନ୍ତି ଓ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଯେତେବେଳେ କି ଅନେକ ମହିଳା ଯେଉଁମାନେ ଚାଷୀ ନୁହନ୍ତି, ସେମାନେ ସମର୍ଥନ ଜ୍ଞାପନ କରିବା ଲାଗି ସେଠାକୁ ଆସୁଛନ୍ତି । ଆଉ କିଛି ମହିଳା ସେଠାରେ କିଛି ଜିନିଷପତ୍ର ବିକ୍ରି ନ କରି ଦିନକର ମଜୁରୀ ଉଠାଇବାକୁ ଆସିଛନ୍ତି କିମ୍ବା ଲଙ୍ଗରରେ ଦିଆଯାଉଥିବା ଭରପୁର ଖାଦ୍ୟ ଖାଇବା ଲାଗି କେବଳ ସେଠାରେ ପହଞ୍ଚିଛନ୍ତି ।

୬୨ ବର୍ଷୀୟା ବିମଳା ଦେବୀ ( ନାଲି ସାଲ୍ ଘୋଡ଼ି ହୋଇ ଥିବା ) ସେଠାରେ ବିକ୍ଷୋଭରତ ତାଙ୍କର ଭାଇ ଓ ପୁଅମାନେ ଆତଙ୍କବାଦୀ ନୁହନ୍ତି ବୋଲି ମିଡିଆକୁ କହିବା ଲାଗି ଡିସେମ୍ବର ୨୦ ତାରିଖରେ ସିଂଘୁ ସୀମାରେ ପହଞ୍ଚିଥିଲେ । ତାଙ୍କ ପରିବାର ହରିୟାଣାର ସୋନିପତ ଜିଲ୍ଲାର ଖରଖୋଦା ବ୍ଲକ୍ ର ଶେହରି ଗାଁରେ ଥିବା ୨ ଏକର ପାରିବାରିକ ଜମିରେ ଗହମ , ଯଅ ଓ ଆଖୁ ଚାଷ କରନ୍ତି । ବିମଳା ଦେବୀ ଯାହାଙ୍କର ୬୦ ବର୍ଷୀୟା ଭଉଣୀ ସାବିତ୍ରୀ ( ନୀଳ ସାଲ୍ ରେ ) ତାଙ୍କ ସହ ସିଂଘୁ ସୀମାକୁ ଆସିଛନ୍ତି , କହିଲେ ‘ ଆମେ ଶୁଣିଲୁ ଯେ ଆମ ପୁଅମାନଙ୍କୁ ଗୁଣ୍ଡା କୁହାଯାଉଛି । ସେମାନେ ଚାଷୀ , ଆତଙ୍କବାଦୀ ନୁହନ୍ତି । ମିଡିଆ ମୋ ପୁଅମାନଙ୍କ ବାବଦରେ ଯାହା କହୁଥିଲା ତାହା ଦେଖି ମୁଁ କାନ୍ଦି ପକାଇଲି । ଚାଷୀଙ୍କଠାରୁ ବିଶାଳ ହୃଦୟର ଲୋକ ତୁମେ ପାଇବ ନାହିଁ । ’

୧୪ ବର୍ଷୀୟ ଅଲାମଜିତ କୌର କହନ୍ତି , ‘ ମୁଁ ଏଠାକୁ ମୋର ଅଧିକାର ଓ ଭବିଷ୍ୟତ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଆସିଛି । ’’ ସେ ନବମ ଶ୍ରେଣୀରେ ପଢ଼ନ୍ତି । ସିଂଘୁ ବିକ୍ଷୋଭସ୍ଥଳକୁ ସେ ତାଙ୍କର ସାନ ଭଉଣୀ , ଜେଜେ ମା ’ ଓ ବାପା - ମା ’ ଙ୍କ ସହ ଆସିଛନ୍ତି । ସେମାନେ ସମସ୍ତେ ପଞ୍ଜାବ ଫରିଦକୋଟ ଜିଲ୍ଲାର ପିପ୍ ଲି ଗାଁରୁ ଆସିଛନ୍ତି , ଯେଉଁଠାରେ ତାଙ୍କ ମା ’ ଜଣେ ନର୍ସ ଭାବେ କାମ କରନ୍ତି ଓ ବାପା ଜଣେ ସ୍କୁଲ ଶିକ୍ଷକ ଅଛନ୍ତି । ତାଙ୍କ ପରିବାର ମଧ୍ୟ ସେମାନଙ୍କର ୭ ଏକର ଚାଷଜମିରେ ଗହମ ଓ ଧାନ ଚାଷ କରିଥାନ୍ତି । ଅଲାମଜିତ୍ କହିଲେ ,‘‘ ମୁଁ ଖୁବ୍ ସାନବେଳୁ ମୋର ବାପା - ମା ’ ଙ୍କୁ ଚାଷ କାମ ପାଇଁ ସାହାଯ୍ୟ କରିଆସୁଛି । ’’ ‘‘ ସେମାନେ ମୋତେ ଆମ ଚାଷୀମାନଙ୍କର ଅଧିକାର ସମ୍ପର୍କରେ ବୁଝାଇଛନ୍ତି ଏବଂ ଆମେ ଆମର ଅଧିକାର ଫେରି ନ ପାଇବା ଯାଏଁ ଫେରିବୁ ନାହିଁ । ଏଥର ଆମେ ଚାଷୀମାନେ ଜିତିବୁ । ’’

ବିଶବଜ୍ୟୋତ ଗ୍ରେୱାଲ୍ ଙ୍କ ପରିବାରର ଲୁଧିଆନା ଜିଲ୍ଲାର ପାମଲ ଗାଁରେ ୩୦ ଏକର ଜମି ରହିଛି , ଯେଉଁଠାରେ ସେମାନେ ମୁଖ୍ୟତଃ ଗହମ , ଧାନ ଓ ଆଳୁ ଚାଷ କରନ୍ତି । ୨୩ ବର୍ଷୀୟ ବିଶବଜ୍ୟୋତ୍ ଯିଏ କି ନିଜ ସମ୍ପର୍କୀୟମାନଙ୍କ ସହ ଡିସେମ୍ବର ୨୨ ତାରିଖରେ ଏକ ମିନି ଭ୍ୟାନ୍ ରେ ସିଂଘୁ ସୀମାକୁ ଆସିଛନ୍ତି କହିଲେ ,‘‘ ଆମେ ଏହି ଆଇନ ( କୃଷି ) ର ପ୍ରତ୍ୟାହାର ଚାହୁଁ । ’’ ‘‘ ଆମେ ଆମର ଜମି ସହ ଖୁବ୍ ଜଡ଼ିତ ଏବଂ କେହି ତାକୁ ଆମଠାରୁ ଛଡ଼ାଇ ନେଲେ ଆମେ ସହି ପାରିବୁ ନାହିଁ । ଆମ ସମ୍ବିଧାନରେ ଲେଖାହୋଇଛି ଯେ ଆମର ବିକ୍ଷୋଭ କରିବାର ଅଧିକାର ଅଛି । ଏହା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ଲଙ୍ଗରରୁ ଆରମ୍ଭ କରି ମେଡିକାଲ୍ ସହାୟତା ଯାଏଁ ଏଠାରେ ସବୁକିଛି ଯୋଗାଇ ଦିଆଯାଉଛି । ’’

ପଞ୍ଜାବ ଫରିଦକୋଟ ଜିଲ୍ଲା ଫରିଦକୋଟ ତହସିଲ ଅଧୀନ କୋଟ୍ କାପୁରା ଗାଁର ୨୮ ବର୍ଷୀୟ ମଣି ଗିଲ୍ କହିଲେ ,‘‘ ମୁଁ ଏଠାକୁ ମୋର ଚାଷୀମାନଙ୍କୁ ସମର୍ଥନ କରିବାକୁ ଆସିଛି । ଯଦିଓ ଲୋକମାନେ ଅନୁଭବ କରୁଛନ୍ତି ଯେ ଏହି ଆଇନ କେବଳ ଚାଷୀଙ୍କୁ ପ୍ରଭାବିତ କରିବ , କିନ୍ତୁ ଏହି ଆଇନ ସବୁ ଲୋକଙ୍କୁ ପ୍ରଭାବିତ କରିବ । ’’ ମଣି ଜଣେ ଏମ୍ ବିଏ ଡିଗ୍ରୀଧାରୀ ହୋଇଥିବାବେଳେ କର୍ପୋରେଟ୍ କ୍ଷେତ୍ରରେ କାମ କରନ୍ତି । ସେ ଆହୁରି କହିଲେ ,‘‘ ଆମେ ଜିତିବୁ ବୋଲି ମୁଁ ନିଶ୍ଚିତ ଅଛି । ଦିଲ୍ଲୀରେ ମିନି ପଞ୍ଜାବ ସୃଷ୍ଟି ହୋଇଥିବା ଦେଖି ଖୁସି ଲାଗୁଛି । ଏଠାରେ ଆପଣ ପଞ୍ଜାବର ସବୁ ଗାଁର ଲୋକଙ୍କୁ ଦେଖିବାକୁ ପାଇବେ । ’’ ମଣି ଯୁବଗୋଷ୍ଠୀଙ୍କ ଦ୍ୱା ରା ପରିଚାଳିତ ଏକ ପ୍ଲାଟ୍ ଫର୍ମରେ ସ୍ୱେ ଚ୍ଛାସେବୀ ଅଛନ୍ତି ଯାହାକି ସୋସିଆଲ୍ ମିଡିଆରେ ଚାଷୀଙ୍କ ପ୍ରସଙ୍ଗରେ ସଚେତନତା ସୃଷ୍ଟି ପାଇଁ ସାହାଯ୍ୟ କରିଥାଏ । ସେ କହିଲେ , ‘‘ ଏହି ୩ଟି ନୂଆ କୃଷି ଆଇନ ବ୍ୟତୀତ ଆମେ ମଧ୍ୟ ଚାଷୀଙ୍କର ଅନ୍ୟ ପ୍ରମୁଖ ସମସ୍ୟା ଓ ତା ’ ର ସମାଧାନ କ ’ ଣ ହୋଇପାରିବ ସେ ସମ୍ପର୍କରେ କହିବାକୁ ଚେଷ୍ଟା କରୁ । ପ୍ରତିଦିନ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆମେ ଉପସ୍ଥାପିତ କରିବାକୁ ଚେଷ୍ଟା କରୁ । ’’ ମଣିଙ୍କର ବାପା ମା ’ ସିଂଘୁ ଆସିପାରିଲେ ନାହିଁ । କିନ୍ତୁ ସେ କହିଲେ ,‘‘ ସେମାନେ ମଧ୍ୟ ସମାନ ଭାବେ ଗୁରୁ ତ୍ୱ ପୂର୍ଣ୍ଣ କାମ କରୁଛନ୍ତି । କାରଣ ଆମେ ଏଠାରେ ଅଛୁ , ସେମାନଙ୍କୁ ଦୁଇ ଗୁଣା କାମ କରିବାକୁ ପଡୁଛି ( ଗାଁରେ ) । ସେମାନେ ଆମର ଗୃହପାଳିତ ପଶୁ ଓ ଚାଷ ଜମିର ଯତ୍ନ ନେଉଛନ୍ତି । ’’

ସହଜମିତ୍ (ଡାହାଣ) ଓ ଗୁରଲୀନ୍ (ପୁରା ନାଁ ଜଣାପଡ଼ିନାହିଁ) ଡିସେମ୍ବର ୧୫ ତାରିଖରୁ ବିଭିନ୍ନ ଚାଷୀ ଆନ୍ଦୋଳନସ୍ଥଳରେ ଭାଗ ନେଉଛନ୍ତି । ୨୮ ବର୍ଷୀୟ ସହଜମିତ୍ ଯିଏ କି ପଞ୍ଜାବର ପଟିଆଲା ସହରରୁ ବିଭିନ୍ନ କାର୍ ଓ ଟେମ୍ପୋରେ ଲିଫ୍ଟ ମାଗି ଏଠାକୁ ଆସିଛନ୍ତି କହିଲେ,‘‘ବିକ୍ଷୋଭସ୍ଥଳରେ ସେମାନଙ୍କୁ ଅଧିକ ଲୋକଙ୍କର ଆବଶ୍ୟକତା ଅଛି ବୋଲି ଜାଣିବା ପରେ ଘରେ ରହିବା ଖୁବ୍ କଷ୍ଟକର ଥିଲା ।’’ସେ କିଛି ଦିନ ପାଇଁ ପଶ୍ଚିମ ଦିଲ୍ଲୀର ଟିକ୍ରି ବିକ୍ଷୋଭସ୍ଥଳରେ ବି ଉପସ୍ଥିତ ଥିଲେ, କମ୍ୟୁନିଟି କିଚେନ୍ ପାଇଁ ସହାୟତା କରୁଥିଲେ। ସେ କହିଲେ,‘‘ଯେଉଁଠି ସାହାଯ୍ୟର ଆବଶ୍ୟକତା ଅଛି ଆମେ ସେଠାକୁ ଯାଇଥାଉ ।’’
ସେ କହିଲେ ବିକ୍ଷୋଭସ୍ଥଳରେ ମହିଳାଙ୍କ ପାଇଁ ଶୌଚାଳୟ ଏକ ସମସ୍ୟା । ପଟିଆଲାସ୍ଥିତ ପଞ୍ଜାବୀ ବି ଶ୍ୱ ବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ପିଏଚ୍ ଡି ଛାତ୍ରୀ ଥିବା ସହ ଜମି ତ୍ କହିଲେ ,‘‘ ପୋର୍ଟେବୁଲ୍ ଟଏଲେଟ୍ ଏବଂ ଯେଉଁଗୁଡ଼ିକ ପେଟ୍ରୋଲ୍ ପମ୍ପ୍ ମାନଙ୍କରେ ଅଛି ସେଗୁଡ଼ିକ ଖୁବ୍ ଅପରିଷ୍କାର । ସେଗୁ଼ଡ଼ିକ ମଧ୍ୟ ମହିଳାମାନେ ରହୁଥିବା ସ୍ଥାନ ( ତମ୍ବୁ ଓ ବିକ୍ଷୋଭସ୍ଥଳରେ ଥିବା ଟ୍ରାକ୍ଟର ଟ୍ରଲି ) ଠାରୁ ଦୂରରେ । ଯେହେତୁ ଆମର ସଂଖ୍ୟା କମ୍ ଅଛି , ତେଣୁ ଆମେ ଯେଉଁଠି ରହୁଛୁ ତା ’ ନିକଟରେ ଥିବା ୱାସ୍ ରୁମ୍ ବ୍ୟବହାର କରିବା ହେଉଛି ନିରାପଦ ବିକଳ୍ପ । ’’ ‘‘ ଏକ ୱାସ୍ ରୁମ୍ ବ୍ୟବହାର କରିବାକୁ ଯିବା ସମୟରେ ମୋତେ ଜଣେ ବୁଢ଼ା ଲୋକ କହିଲେ : ମହିଳାମାନେ କ ’ ଣ ପାଇଁ ଏଠାକୁ ଆସିଛନ୍ତି ? ଏହି ବିକ୍ଷୋଭ ପୁରୁଷମାନଙ୍କର କାମ । ’ ଏହା ବେଳେବେଳେ ଅସୁରକ୍ଷିତ ଅନୁଭବ ହେଉଛି ( ବିଶେଷକରି ରାତିରେ ) କିନ୍ତୁ ଏଠାରେ ଅନ୍ୟ ମହିଳାମାନଙ୍କୁ ଦେଖି ଆମେ ଏକାଠି ଶକ୍ତିଶାଳୀ ଅନୁଭବ କରୁଛୁ । ’’
ତାଙ୍କ ବାନ୍ଧବୀ , ୨୨ ବର୍ଷୀୟା ଗୁରଲୀନ ଯାହାଙ୍କର ପରିବାର ଗୁରଦାସପୁର ଜିଲ୍ଲା ବାଟଲା ତହସିଲ ଅଧୀନ ମିକି ଗାଁରେ ଥିବା ୨ ଏକର ଜମିରେ ଗହମ ଓ ଧାନ ଚାଷ କରନ୍ତି କହନ୍ତି , ‘‘ ମୋ ଶିକ୍ଷାର ସବୁ ଖର୍ଚ୍ଚ କୃଷି କାର୍ଯ୍ୟରୁ ହିଁ ତୁଲାଯାଇଛି । ମୋ ପରିବାର ଚାଷ ଉପରେ ନିର୍ଭରଶୀଳ । ମୋର ଭବିଷ୍ୟତ ଓ ଏକମାତ୍ର ଆଶା ହେଉଛି କୃଷି । ମୁଁ ଜାଣିଛି ଏହା ମୋତେ ଉଭୟ ଖାଦ୍ୟ ଓ ସୁରକ୍ଷା ଯୋଗାଇବ । ଶିକ୍ଷା ମୋତେ ଏହା ଦେଖାଇଦେଇଛି ଯେ କେମିତି ଏହି ସରକାରୀ ନିୟମଗୁଡ଼ିକ ଆମକୁ , ଖାସ୍ କରି ମହିଳାଙ୍କୁ ପ୍ରଭାବିତ କରିବ , ଏଥିପାଇଁ ଏହା ବିରୋଧରେ ବିକ୍ଷୋଭ କରିବା ଓ ଦୃଢ଼ ହୋଇ ଛିଡ଼ା ହେବା ଗୁରୁ ତ୍ୱ ପୂର୍ଣ୍ଣ । ’’

ହର୍ଷ କୌର ( ସମ୍ପୂର୍ଣ୍ଣ ଡାହାଣ ) ପ୍ରାୟ ୩୦୦ କିମି ଦୂରରୁ ପଞ୍ଜାବ ଲୁଧିଆନା ସହରରୁ ସିଂଘୁ ସୀମାକୁ ଆସିଛନ୍ତି । ୨୦ ବର୍ଷୀୟା ହର୍ଷ ନିଜ ଭଉଣୀ ସହ ବିକ୍ଷୋଭ ସ୍ଥଳରେ ଚାଲୁଥିବା ମାଗଣା ମେଡିକାଲ୍ କ୍ୟାମ୍ପ୍ ରେ ସ୍ୱେ ଚ୍ଛାସେବୀ ଭାବେ ଯୋଗଦାନ କରିବାକୁ ଗୋଟିଏ ଯୁବସଂଗଠନକୁ ଯୋଗାଯୋଗ କରିଥିଲେ । ମେଡିକାଲ୍ ଏଡ୍ ଟେଣ୍ଟରେ ତାଲିମପ୍ରାପ୍ତ ନର୍ସ ଥାଆନ୍ତି ଯେଉଁମାନେ ଔଷଧ ବିତରଣ ପାଇଁ ସ୍ୱେ ଚ୍ଛାସେବୀଙ୍କୁ ପରାମର୍ଶ ଦିଅନ୍ତି । ସାମ୍ବାଦିକତାରେ ସ୍ନାତକ ଶିକ୍ଷାଲାଭ କରୁଥିବା ବର୍ଷ କହନ୍ତି , ‘‘ ସରକାର କହୁଛନ୍ତି ଯେ ଏହି ଆଇନଗୁଡ଼ିକ ଚାଷୀଙ୍କ ପାଇଁ ଭଲ , କିନ୍ତୁ ସେଗୁଡ଼ିକ ନୁହେଁ । ଚାଷୀମାନେ ହିଁ ଚାଷ କରନ୍ତି , ସେମାନଙ୍କ ପାଇଁ କ ’ ଣ ଭଲ ସେମାନେ ହିଁ ଜାଣନ୍ତି । ଆଇନଗୁଡ଼ିକ କେବଳ କର୍ପୋରେଟ୍ ଙ୍କୁ ସହାୟତା କରେ । ସରକାର ଆମକୁ ଶୋଷଣ କରୁଛନ୍ତି , ଯଦି ନୁହେଁ , ତେବେ ସେମାନେ ଆମକୁ ଏମ୍ ଏସ୍ ପି ( ସର୍ବନିମ୍ନ ସହାୟକ ମୂଲ୍ୟ ) ବାବଦରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥାନ୍ତେ । ଆମେ ଆମ ସରକାରକୁ ବି ଶ୍ୱା ସ କରିପାରୁନା ହୁଁ । ’’

ଲୈଲା ( ପୁରା ନାମ ଜଣାପଡ଼ିନାହିଁ ) ସିଂଘୁ ସୀମାରେ ଟୁଲ୍ ସେଟ୍ ବିକ୍ରି କରନ୍ତି ଯେଉଁଥିରେ ଗୋଟିଏ ଛିଲା , ବୈଦ୍ୟୁତିକ ଲାଇଟର ଓ ଦୁଇ ପ୍ରକାରର ସ୍କ୍ରୁ ଡ୍ରାଇଭର ଥାଏ । ପ୍ରତ୍ୟେକ ସେଟ୍ ର ମୂଲ୍ୟ ୧୦୦ ଟଙ୍କା । ସେ ମଧ୍ୟ ୩ ଯୋଡ଼ା ମୋଜା ସମାନ ମୂଲ୍ୟରେ ବିକ୍ରି କରନ୍ତି । ଲୈଲା ସପ୍ତାହରେ ଥରେ ଏହି ପ୍ୟାକ୍ ଗୁଡ଼ିକୁ ଉତ୍ତର ଦିଲ୍ଲୀର ସଦର ବଜାରରୁ ସଂଗ୍ରହ କରନ୍ତି ; ତାଙ୍କ ସ୍ୱା ମୀ ମଧ୍ୟ ଜଣେ ବ୍ୟବସାୟୀ । ସେ ତାଙ୍କର ୯ ବର୍ଷର ପୁଅ ମାଇକେଲ୍ ( ବାଇଗଣୀ ଜ୍ୟାକେଟ୍ ) ଓ ୫ ବର୍ଷର ପୁଅ ( ନୀଳ ଜ୍ୟାକେଟ ) ବିଜୟ ସହ ଏଠାରେ ଅଛନ୍ତି । ସେ କହନ୍ତି , ‘‘ ଆମେ ଏଠାକୁ କେବଳ ଏହି ଜିନିଷତକ ବିକ୍ରି କରିବାକୁ ଆସିଛୁ । ଯେହେତୁ ଏହା ( ବିକ୍ଷୋଭ ) ଆରମ୍ଭ ହୋଇଯାଇଛି ଆମେ ଏଠାକୁ ସକାଳ ୯ଟାରେ ଆସୁ ଏବଂ ୬ଟାରେ ଯାଉ ଏବଂ ପ୍ରତିଦିନ ୧୦ - ୧୫ ସେଟ୍ ବିକ୍ରି କରୁ । ’’

ସିଂଘୁ ସୀମାର ଯେଉଁଠାରେ ବିକ୍ଷୋଭସ୍ଥଳ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ବୁଲା ବିକାଳିଙ୍କ ଦ୍ୱା ରା ଭରିଯାଇଛି , ସେଠାରେ ରହୁଥିବା ରାସ୍ତା କଡ଼ ଦୋକାନୀ ୩୫ ବର୍ଷୀୟା ଗୁଲାବିୟା କହନ୍ତି , ‘ ଆମେ ପରିବାରରେ କେହି ଚାଷୀ ନାହାନ୍ତି । ଏହି ଜିନିଷ ସବୁ ବିକ୍ରି କରି ମୁଁ ପେଟ ପୋଷେ । ’’ ଗୁଲାବିୟା ( ପୁରା ନାମ ଜଣାପଡ଼ିନାହିଁ ) ଗୋଟିକୁ ୧୦୦ ଟଙ୍କା ମୂଲ୍ୟରେ ଆଶା ରଖି ଛୋଟ ମ୍ୟୁଜିକ୍ ଡ୍ରମ୍ ବିକ୍ରି କରନ୍ତି । ତାଙ୍କର ଦୁଇ ଜଣ ପୁଅ ଶ୍ରମିକ ଭାବେ କାମ କରନ୍ତି । ସେ କହନ୍ତି ,‘‘ ମୁଁ ଦିନକୁ ୧୦୦ - ୨୦୦ ଟଙ୍କା ରୋଜଗାର କରେ । ’’ ‘‘ କେହି ୧୦୦ ଟଙ୍କା ଦେଇ ଏହି ଡ୍ରମ୍ କିଣନ୍ତି ନାହିଁ , ସମସ୍ତେ ମୂଲଚାଲ କରନ୍ତି , ତେଣୁ ମୋତେ ବେଳେବେଳେ ୫୦ ଟଙ୍କା ଏମିତିକି ୪୦ ଟଙ୍କାରେ ବି ବିକ୍ରି କରିବାକୁ ହୁଏ । ’’

ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳର ଜଣେ ପରିତ୍ୟକ୍ତ ସାମଗ୍ରୀ ସଂଗ୍ରହକାରୀ କବିତା ( ପୁରା ନାମ ଜଣାପଡ଼ିନାହି ) କହନ୍ତି ,‘‘ ମୁଁ ଏଠାକୁ ରୁଟି ଖାଇବାକୁ ଆସିଛି । ’’ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରିବାକୁ ସେ ସିଂଘୁ ସୀମାକୁ ଆସୁଛନ୍ତି । ପ୍ରାୟ ୬୦ ବର୍ଷ ବୟସ୍କା କବିତା , ଦିନ ଶେଷରେ ବିକ୍ଷୋଭସ୍ଥଳରୁ ସଂଗୃହୀତ ବୋ ତଲ ଓ ଅନ୍ୟ ଜିନିଷଗୁଡ଼ିକୁ ନିଜ ଅଞ୍ଚଳର ଜଣେ ସ୍କ୍ରାପ୍ ଡିଲରକୁ ୫୦ - ୧୦୦ ଟଙ୍କାରେ ବିକ୍ରି କରି ଦିଅନ୍ତି । ସେ କହନ୍ତି ,‘‘ କିନ୍ତୁ ଏଠାରେ କିଛି ଲୋକ ମୋ ଉପରେ ପାଟି କରନ୍ତି , ମୁଁ ଏଠାକୁ କାହିଁକି ଆସୁଛି ସେମାନେ ମୋତେ ପଚାରନ୍ତି । ’’

ପଞ୍ଜାବ ଫରିଦକୋଟ ଜିଲ୍ଲା ଫରିଦକୋଟ ତହସିଲ ଅଧୀନ କୋଟ କାପୁରା ଗାଁରୁ ଆସିଥିବା ୨୪ ବର୍ଷୀୟା କୋମଲପ୍ରୀତ ( ପୁରା ନାମ ଜଣାପଡ଼ିନାହିଁ ) କହନ୍ତି , ‘‘ ମୋ ପକ୍ଷରେ ବିକ୍ଷୋଭରେ ଅଂଶଗ୍ରହଣ କରିବା ଖୁବ୍ କଷ୍ଟକର ଥିଲା କାରଣ ମୋ ବାପା - ମା ମୁଁ ଏଠାକୁ ଆସିବା ସପକ୍ଷରେ ନ ଥିଲେ । କିନ୍ତୁ ମୁଁ ଆସିଲି କାରଣ ଚାଷୀମାନେ ଯୁବବର୍ଗଙ୍କର ସମର୍ଥନ ଆବଶ୍ୟକ କରୁଛନ୍ତି । ’’ ସେ ଡିସେମ୍ବର ୨୪ରେ ସିଂଘୁ ସୀମାକୁ ଆସିଲେ ଏବଂ ସୋସିଆଲ୍ ମିଡିଆରେ ଚାଷୀଙ୍କ ପ୍ରସଙ୍ଗ ବାବଦରେ ସଚେତନତା ସୃଷ୍ଟି କରିବାକୁ ଯୁବବର୍ଗଙ୍କ ଦ୍ୱା ରା ଚାଲୁଥିବା ଏକ ପ୍ଲାଟଫର୍ମରେ ସ୍ୱେ ଚ୍ଛାକୃତ କାମ କରୁଛନ୍ତି । ସେ କହିଲେ ,‘‘ ଆମେ ଏଠାରେ ପୁଣି ଇତିହାସ ରଚନା କରୁଛୁ , ଏଠାରେ ଲୋକେ ଜାତି , ଶ୍ରେଣୀ ଓ ସଂସ୍କୃତି ନିର୍ବିଶେଷରେ ଏଠାକୁ ଆସିଛନ୍ତି । ଠିକ୍ କଥା ପାଇଁ ଲଢ଼େଇ କରିବା ଏବଂ ଶୋଷିତ ଲୋକଙ୍କ ସହ ଛିଡ଼ା ହେବା ପାଇଁ ଆମ ଗୁରୁ ଆମକୁ ଶିକ୍ଷା ଦେଇଛନ୍ତି । ’’
ଅନୁବାଦ - ଓଡ଼ିଶାଲାଇଭ୍