ସେମାନେ ମୁଖ୍ୟତଃ କେବଳ ହଜାର ହଜାର ସଂଖ୍ୟାରେ ଅତିକ୍ରମ କରୁଥିଲେ । ସେମାନେ ପ୍ରତିଦିନ ପାଦରେ,ସାଇକେଲରେ, ଟ୍ରକରେ, ବସରେ, କିମ୍ବା ଯେକୌଣସି ଯାନ ସେମାନେ ପାଉଥିଲେ ସେଥିରେ ଆସୁଥିଲେ । କ୍ଳାନ୍ତ, ଅବସନ୍ନ, ଘରେ ପହଂଚିବାକୁ ତୀବ୍ର ଆକାଂକ୍ଷା । ସବୁ ବୟସର ପୁରୁଷ ଓ ମହିଳା, ଅନେକ ପିଲା ମଧ୍ୟ ।
ହାଇଦ୍ରାବାଦ ଏବଂ ବାହାରୁ, ମୁମ୍ବାଇ ଏବଂ ଗୁଜରାଟରୁ କିମ୍ୱା ବିଦର୍ଭ ଏବଂ ପଶ୍ଚିମ ମହାରାଷ୍ଟ୍ରରୁ ଆସିଥିବା ଏହି ଲୋକମାନେ ଉତ୍ତର କିମ୍ୱା ପୂର୍ବ ଦିଗକୁ - ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଯାଉଥିଲେ ।
ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଜୀବନ ପାଇଲେ ଯେତେବେଳେ ସେମାନେ କଲ କରିଥିଲେ। ବ୍ୟାଘାତ, ଲକଡାଉନ୍ ସହିତ ଏକ ସ୍ଥିର ସ୍ଥିତିରେ ସେମାନଙ୍କର ଜୀବିକା: ସେମାନେ ଫେରିଯିବେ। ସେମାନଙ୍କର ଗ୍ରାମ, ପରିବାର ଏବଂ ପ୍ରିୟଜନଙ୍କ ନିକଟକୁ ଯଦିଓ ଯାତ୍ରା କଠିନ, କିନ୍ତୁ ଏହାଠାରୁ ଭଲ ହେବ ।
ଏବଂ ସେମାନଙ୍କ ମଧ୍ୟରୁ ଅନେକ ଦେଶର ଭୌଗୋଳିକ କେନ୍ଦ୍ର ନାଗପୁର ଦେଇ ଗତି କରୁଛନ୍ତି । ସାଧାରଣ ସମୟରେ ଏହାର ସର୍ବୋଚ୍ଚ ପ୍ରାଥମିକତା ହେଉଛି ରେଳ ସଂଯୋଗ। ଏହି ପ୍ରବାହ ସପ୍ତାହ ସପ୍ତାହ ଧରି ଚାଲିଲା । ଏହା ମେ ମାସ ପର୍ଯ୍ୟନ୍ତ ଭଲରେ ଯାଇ ନଥିଲା, ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଆଉ ଟ୍ରେନରେ ଯିବାର ବ୍ୟବସ୍ଥା ଆରମ୍ଭ କଲେ । କିନ୍ତୁ ହଜାର ହଜାର ଲୋକ ଯିଏକି ଗୋଟିଏ ବି ସ୍ଥାନ ପାଇ ନଥିଲେ, ସେମାନେ ଯିଏ ଯେଉଁ ଉପାୟ ପାଇଲେ ସେହି ଉପାୟରେ ତାଙ୍କର ଘରମୁହାଁ ଦୀର୍ଘଯାତ୍ରାକୁ ଜାରି ରଖିଲେ ।

ବାପା ସେମାନଙ୍କର ଜିନିଷ କାନ୍ଧରେ ଧରିଥିବା ବେଳେ, ଯୁବତୀ ମା’ ତା'ର ଶୋଇଥିବା ଶିଶୁକୁ କାନ୍ଧରେ ଧରି କ୍ଷିପ୍ର ବେଗରେ ଚାଲୁଥାନ୍ତି । ଏହିଭଳି ଭାବରେ ଗୋଟିଏ ପରିବାରର ହାଇଦ୍ରାବାଦରୁ ନାଗପୁରକୁ ଯାତ୍ରା ।
ସେମାନଙ୍କ ମଧ୍ୟରେ : ଜଣେ ଯୁବ ଦମ୍ପତି, ସେମାନଙ୍କ ୪୪ ଦିନର ଶିଶୁ କନ୍ୟା ସହ, ଭଡାରେ ଆଣିଥିବା ଏକ ବାଇକରେ ୪୦ ଡିଗ୍ରୀର ତାପମାତ୍ରାର ମଧ୍ୟଭାଗକୁ ଛୁଇଁଥିବା ତାପମାତ୍ରାରେ ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲେ ।
ଛତିଶଗଡ଼ର ଧାମତାରୀ ଜିଲ୍ଲାର ୩୪ ଜଣ ଗ୍ରାମୀଣ ଯୁବତୀ ଅହମ୍ମଦାବାଦରୁ ଘରେ ପହଂଚିବାକୁ ଚେଷ୍ଟା କରୁଥିଲେ, ଯେଉଁଠାରେ କି ସେମାନେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ନେବାକୁ ଯାଇଥିଲେ ।
ପାଞ୍ଚଜଣ ଯୁବକ ନିକଟରେ କିଣିଥିବା ତାଙ୍କ ସାଇକେଲ ଦ୍ୱାରା ଓଡ଼ିଶାର ରାୟଗଡା ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ।
ନାଗପୁର ସହରର ସୀମାନ୍ତରେ ଥିବା ଶତାଧିକ ପ୍ରବାସୀ ଶ୍ରମିକ ଜାତୀୟ ରାଜପଥ ୬ ଏବଂ ୭ ରୁ ଏବେ ବି ଆସୁଛନ୍ତି । ଏକ ଟୋଲ ପ୍ଲାଜାର ଚତୁଃପାର୍ଶ୍ଵରେ ନିର୍ଦ୍ଧାରିତ ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଏନ.ଜି.ଓମାନଙ୍କର ଗଠବନ୍ଧନରେ ତଥା ବିଭିନ୍ନ ନାଗରିକ ସମୂହଙ୍କ ଦ୍ୱାରା ଭିନ ଭିନ୍ନ ସ୍ଥାନରେ ଖାଦ୍ୟ ଏବଂ ବାସଗୃହର ସେବା ପ୍ରଦାନ କରାଯାଉଥିଲା। ଶ୍ରମିକମାନେ ପ୍ରବଳ ଗ୍ରୀଷ୍ମରେ ବିଶ୍ରାମ ନେଇ ସନ୍ଧ୍ୟା ସୁଦ୍ଧା ଯାତ୍ରା ଆରମ୍ଭ କରନ୍ତି। ମହାରାଷ୍ଟ୍ର ସରକାର ପ୍ରତ୍ୟେକ ଦିନ ସେମାନଙ୍କୁ ବିଭିନ୍ନ ରାଜ୍ୟର ସୀମାରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ତେଣୁ ଜନଗହଳି ଏବେ ସୁକ୍ଷ୍ମ ହେବାକୁ ଲାଗିଲା। ଲୋକମାନେ ନିଜ ନିଜ ଘରକୁ ନିରାପଦରେ ପହଞ୍ଚିବେ, ଯାହାକି ସେମାନଙ୍କର କାମନା ।

ହାଇଦ୍ରାବାଦରୁ ଆସିଥିବା ଏକ ଟ୍ରକରୁ ଓହ୍ଲାଇବା ପରେ ଶ୍ରମିକମାନଙ୍କର ଏକ ସମୂହ ନାଗପୁର ଉପାନ୍ତରେ ଥିବା ଭୋଜନାଳୟକୁ ଯାତ୍ରା କରିଥିଲେ ।

ତାଲାବନ୍ଦ ଘୋଷଣା ହେବା ପରେ ମେ ମାସର ପ୍ରଚଣ୍ଡ ଖରାରେ ପ୍ରତ୍ୟେକ ଦିନ ପ୍ରବାସୀମାନଙ୍କ ଏକ ସମୂହ ସେମାନଙ୍କର କିଲୋ କିଲୋ ଓଜନର ଜିନିଷ ସହିତ ଅନେକ କିଲୋମିଟର ପଥ ଚାଲି ଚାଲି ଫେରୁଥିଲେ। ପ୍ରତ୍ୟେକ ଦିଗରେ ଥିବା ନିଜ ଘରକୁ ମୁହାଇଁ ଥିବା, ବିଭିନ୍ନ ସମୂହରେ ଚାଲି ଚାଲି ଯାଉଥିବା ଲୋକମାନଙ୍କର ନିରନ୍ତର ପ୍ରବାହର ମୂକସାକ୍ଷୀ ହେଉଛି – ନାଗପୁର।

ନାଗପୁର ଉପାନ୍ତରେ ପଂଜାରୀ ନିକଟରେ ଥିବା ଏକ ଭୋଜନାଳୟକୁ ଯୁବକମାନଙ୍କର ଏକ ସମୂହ ଚାଲିକରି ଯାଉଛନ୍ତି। ସେମାନେ ହାଇଦ୍ରାବାଦରୁ ଆସିଛନ୍ତି ଯେଉଁଠାରେ କି ସେମାନେ କାର୍ଯ୍ୟନିମିତ୍ତ ବିସ୍ଥାପିତ ହେଉଛନ୍ତି।

ଅସଂଖ୍ୟ ପ୍ରବାସୀ ପ୍ରତ୍ୟେକ ଦିନ ପଂଜାରୀ ଗ୍ରାମକୁ ଆସୁଛନ୍ତି ଯାହାକି ନାଗପୁର ଉପାନ୍ତରେ ଅବସ୍ଥିତ। ଏବଂ ତା ପରେ ଦେଶରେ ବିଭିନ ପ୍ରାନ୍ତରେ ଥିବା ତାଙ୍କର ସୁଦୂର ଗ୍ରାମକୁ ଯାଉଛନ୍ତି।

ନାଗପୁର ସହରର ରାଜପଥର ଏକ ଫ୍ଲାଇଓଭର ଛାଇ ତଳେ ଅତ୍ୟାବଶ୍ୟକ ଖାଦ୍ୟ ପାନ ନିମିତ୍ତ ଏକ ବିରତି ନେଇଛନ୍ତି।

କ୍ଳାନ୍ତ ପ୍ରବାସୀ ଶ୍ରମିକମାନଙ୍କ ସହିତ ଭରପୁର ଏକ ଟ୍ରକ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ସେମାନଙ୍କର ଗ୍ରାମ ଏବଂ ପରିବାରରେ ପହଞ୍ଚିବାର ଉତ୍କଣ୍ଠା ଦୃଶ୍ୟମାନ। ଯେଉଁମାନେ ଏହି ଟ୍ରକରେ ପାଦ ଖୋଜିବାକୁ ସକ୍ଷମ ହୋଇଥିଲେ ସେମାନଙ୍କ ପାଇଁ ଯାତ୍ରା ଆରମ୍ଭ ହେବ।

ଏହା ଗ୍ରୀଷ୍ମ ତାପମାତ୍ରାରେ ଯାହାକି ୪୦ ଡ଼ିଗ୍ରୀ ସେଲସିଅସରୁ ଅଧିକରେ ଥାଏ ।

ଯେତେବେଳେ ଅନେକ ସେମାନଙ୍କର ଆଗାମୀ ଯାତ୍ରା ପାଇଁ ଅନ୍ୟ ଏକ ଟ୍ରକକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏହା ନାଗପୁରର ବାହ୍ୟ ରିଙ୍ଗରୋଡ଼ରେ ଥିବା ଏକ ଟୋଲପ୍ଲାଜା ନିକଟରେ ଯାହାକି ଏନ. ଏଚ. ୬ ଏବଂ ୭ ସହିତ ସଂଯୁକ୍ତ।

ଏହା ଗ୍ରୀଷ୍ମ ତାପମାତ୍ରାରେ ଯାହାକି ୪୦ ଡ଼ିଗ୍ରୀ ସେଲସିଅସରୁ ଅଧିକରେ ଥାଏ ।

ସେମାନଙ୍କର ପରିବାରକୁ ଦେଖିବାର ଆଶା ସମ୍ଭବତଃ ତାଙ୍କର ଉତ୍ତାପ ଆଉ କ୍ଷୁଧା, ଗହଳି ଏବଂ କ୍ଳାନ୍ତିକୁ ଟିକିଏ ଅଧିକ ସହନଶୀଳ କରାଇଦେଉଛି ।

ନୂଆକରି କିଣାଯାଇଥିବା ନିଜର ସାଇକେଲରେ ମୁମ୍ବାଇରୁ ଓଡିଶାକୁ ଯାଉଛନ୍ତି ତିନିଜଣ ବ୍ୟକ୍ତି। ସେମାନେ କୁହନ୍ତି - ଏହି କଷ୍ଟଦାୟକ ଯାତ୍ରା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

ପ୍ରାୟତଃ, ପ୍ରବାସୀମାନେ ରାଜପଥ କିମ୍ବା ମୁଖ୍ୟ ସଡକ ଦେଇ ଯାଇ ନଥାନ୍ତି, ବରଂ ପଡିଆ ତଥା ଜଙ୍ଗଲ ପଥ ଦେଇ ମଧ୍ୟ ଯାଇଥାନ୍ତି।

ଯେତେବେଳେ ସଙ୍କଟ ଆସିଲା, ସେମାନଙ୍କ ଦ୍ୱାରା ନିର୍ମିତ ସହରକୁ ଛାଡି ଯାଉଥିବା ସମୟରେ ସେମାନଙ୍କୁ ସାମାନ୍ୟ ସମର୍ଥନ କିମ୍ବା ଆରାମପ୍ରଦାନ କରାଗଲା ।
ଅନୁବାଦ: ଓଡ଼ିଶାଲାଇଭ୍