ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ ଥିବା ଶାନ୍ତିପୁର ସହର କୋଲକାତାଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସହର ଏବଂ ଏହାର ଆଖପାଖ ସହରଗୁଡ଼ିକ ଦୀର୍ଘକାଳ ଧରି ସେମାନଙ୍କର କୋମଳ ଏବଂ ସୂକ୍ଷ୍ମ ହସ୍ତତନ୍ତ ଶାଢ଼ୀ ପାଇଁ ବିଖ୍ୟାତ ।
ଭାରତ ଏବଂ ଅନ୍ୟ ଦେଶଗୁଡ଼ିକରେ ହସ୍ତତନ୍ତ କପଡ଼ାର ଚାହିଦା ଉଲ୍ଲେଖଯୋଗ୍ୟ। କିନ୍ତୁ ଅନ୍ୟାନ୍ୟ କାରଣ ମଧ୍ୟରେ କଳତନ୍ତଠାରୁ ହେଉଥିବା ପ୍ରତିଯୋଗିତା ଏବଂ ଆୟ ହ୍ରାସ କାରଣରୁ ସାରା ଦେଶର କୁଶଳୀ ବୁଣାକାରମାନେ ବର୍ଷ ବର୍ଷ ଧରି ତିଷ୍ଠି ରହିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଶାନ୍ତିପୁରରେ ମଧ୍ୟ ଅନେକେ ତନ୍ତ ଛାଡ଼ି ସାରିଲେଣି ଏବଂ ଅନ୍ୟ ଜୀବିକା ସନ୍ଧାନରେ ଅନ୍ୟ ସ୍ଥାନକୁ ଚାଲିଗଲେଣି।

ଏହିସବୁ ସୂତାରୁ ବହୁ ପର୍ଯ୍ୟାୟ ସୂକ୍ଷ୍ମ ପ୍ରକ୍ରିୟା ପରେ ଅନନ୍ୟ ଶାନ୍ତିପୁରୀ ହସ୍ତତନ୍ତ ଶାଢ଼ୀ ପ୍ରସ୍ତୁତ ହୁଏ
ପଶ୍ଚିମବଙ୍ଗ ନଦୀୟା ଜିଲ୍ଲାରେ ବୁଣାଯାଉଥିବା ହସ୍ତତନ୍ତ ଶାଢ଼ୀଗୁଡ଼ିକ ଶାନ୍ତିପୁରୀ ଶାଢ଼ୀ ଭାବରେ ବିଖ୍ୟାତ। ଶାନ୍ତିପୁର-ଫୁଲିଆ ଅଞ୍ଚଳର ହଜାର ହଜାର ହସ୍ତତନ୍ତ ଗୋଷ୍ଠିଗୁଡ଼ିକ ଶାନ୍ତିପୁରୀ ତନ୍ତ, ଟାଙ୍ଗାଇଲ ଏବଂ ଜାମଦାନୀ ହସ୍ତତନ୍ତ ଶାଢ଼ୀ ବିଭିନ୍ନ ପ୍ରକାର ସୂତା ଯେମିତିକି କପା, ଟସର ଏବଂ ରେଶମରେ ପ୍ରସ୍ତୁତ କରନ୍ତି ।

ଏହିଭଳି ଛିଦ୍ର ହୋଇଥିବା ଗ୍ରାଫଗୁଡ଼ିକ ବୁଣାକାରମାନଙ୍କୁ ଚିତ୍ରକରମାନଙ୍କ ଦ୍ୱାରା ପ୍ରଦାନ କରାଯାଏ , ଯାହାକି ସେମାନଙ୍କୁ ତନ୍ତରେ ସୂତାଗୁଡ଼ିକ ଭର୍ତ୍ତି କରିବାରେ ସାହାଯ୍ୟ କରେ
ଏହି ଭିଡିଓ ଏବଂ କାହାଣୀ ସିଞ୍ଚିତା ମାଝୀଙ୍କ ୨୦୧୫-୧୬ ପରୀ ଫେଲୋସିପ୍ର ଅଂଶ ଭାବରେ କରାଯାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍