ଦିଲ୍ଲୀ
ହମାରୀ
ହୈ
!
ଦେଶ
ପର୍
ୱହି
ରାଜ୍
କରେଗା
,
ଯୋ
କିଷାନ୍
ମଜ୍
ଦୁର୍
କି
ବାତ୍
କରେଗା
!
[ଦିଲ୍ଲୀ
ଆମର
!
ଦେଶରେ
ସେ
ହିଁ
ଶାସନ
କରିବ
,
ଯିଏ
ଚାଷୀ
ମୁଲିଆଙ୍କ
କଥା
ଶୁଣିବ
!]
ଦେଶର ରାଜଧାନୀ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଗୁରୁବାର ୧୪ ମାର୍ଚ୍ଚ, ୨୦୨୪ରେ ଆୟୋଜିତ କିଷାନ ମଜଦୁର ମହାପଞ୍ଚାୟତ ପାଇଁ ଏକାଠି ହୋଇଥିବା ହଜାର ହଜାର ଚାଷୀ ଶୋଭାଯାତ୍ରାରେ ଏହି ସ୍ଲୋଗାନ୍ ଦେଇଥିଲେ।
ପଞ୍ଜାବର ସଙ୍ଗରୁର୍ ଜିଲ୍ଲାରୁ ଆସିଥିବା ମହିଳା ଚାଷୀମାନଙ୍କର ଏକ ଦଳ ରାମଲୀଳା ମୈଦାନରେ ପରୀକୁ କହିଥିଲା, ‘‘ତିନି ବର୍ଷ ପୂର୍ବରୁ (୨୦୨୦-୨୧)ରେ ଆମେ ଟିକିରି ସୀମାକୁ ଆନ୍ଦୋଳନ କରିବା ଲାଗି ଆସିଥିଲୁ। ଦରକାର ହେଲେ ଆମେ ପୁଣିଥରେ ଏଠାକୁ ଆସିବୁ।’’
![Women farmers formed a large part of the gathering. 'We had come to the Tikri border during the year-long protests three years ago [2020-21]...We will come again if we have to'](/media/images/02-1710414322999-01-NW_and_RM-Lohars_in_So.max-1400x1120.jpg)
ଚାଷୀ ଓ କୃଷି ଶ୍ରମିକମାନେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗୁରୁବାର ୧୪ ମାର୍ଚ୍ଚ , ୨୦୨୪ରେ ଅନୁଷ୍ଠିତ କିଷାନ ମଜଦୁର ମହାପଞ୍ଚାୟତ ପାଇଁ ରାମଲୀଳା ମୈଦାନକୁ ଯାଉଛନ୍ତି
![Women farmers formed a large part of the gathering. 'We had come to the Tikri border during the year-long protests three years ago [2020-21]...We will come again if we have to'](/media/images/03-1710413597822-01-NW_and_RM-Lohars_in_So.max-1400x1120.jpg)
ସମାବେଶରେ ଅଧିକ ସଂଖ୍ୟାରେ ମହିଳା ଚାଷୀ ସାମିଲ ହୋଇଛନ୍ତି । ‘ ତିନି ବର୍ଷ ପୂର୍ବରୁ ( ୨୦୨୦ - ୨୧ ) ରେ ବର୍ଷେ ବ୍ୟାପୀ ଆନ୍ଦୋଳନ ସମୟରେ ଆମେ ଟିକରି ସୀମାକୁ ଆସିଥିଲୁ … ଦରକାର ହେଲେ ଆମେ ପୁଣିଥରେ ଆସିବୁ ’
ମୈଦାନ ପାଖରେ ଥିବା ରାସ୍ତା ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିବା ବସ୍ରେ ଭରି ରହିଥିଲା । ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଚାଷୀମାନଙ୍କୁ ନେଇ ଏସବୁ ବସ୍ ଆସିଥିଲା। ସକାଳ ୯ଟା ବେଳେ, ଐତିହାସିକ ମୈଦାନ ଆଡ଼କୁ ଯାଉଥିବା ସଡ଼କ ପାର୍ଶ୍ୱବର୍ତ୍ତୀ ପାଦଚଲା ରାସ୍ତାରେ, ଛିଡ଼ା ହୋଇଥିବା ବସ୍ ପଛରେ ପୁରୁଷ ଓ ମହିଳାଙ୍କ ଛୋଟ ଛୋଟ ଦଳ ଇଟାରେ ତିଆରି ଅସ୍ଥାୟୀ ଚୁଲିରେ କାଠ ଜଳାଇ ପ୍ରସ୍ତୁତ ହୋଇଥିବା ରୁଟିକୁ ଜଳଖିଆ ଆକାରରେ ଖାଉଥିଲେ।
ଏହି ଉତ୍ସାହପୂର୍ଣ୍ଣ ସକାଳେ ଏହା ‘ସେମାନଙ୍କ’ ସମାବେଶ ଥିଲା- ପୁରୁଷ ଓ ମହିଳା ଚାଷୀମାନେ ପତାକା ଧରି ରାମଲୀଳା ମୈଦାନକୁ ଶୋଭାଯାତ୍ରାରେ ଆସିଥିଲେ। ‘ କିସାନ୍ ମଜ୍ ଦୁର୍ ଏକ୍ ତା ଜିନ୍ଦାବାଦ୍ (ଚାଷୀ ଶ୍ରମିକ ଏକତା ଜିନ୍ଦାବାଦ୍) ଧ୍ୱନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇ ଉଠିଲା। ସକାଳ ସାଢ଼େ ୧୦ଟା ବେଳକୁ ତଳେ ପଡ଼ିଥିବା ସବୁଜ, ବୁଣା ପଲିଥିନ୍ ଚାଦରଗୁଡ଼ିକ ବ୍ୟବସ୍ଥିତ ଢଙ୍ଗରେ ଭରିଯାଇଥିଲା; କିଷାନ୍ ମଜଦୁର ମହାପଞ୍ଚାୟତ (ଚାଷୀ ଓ ଶ୍ରମିକ ବିଶାଳ ମହାସମାବେଶ) ଆରମ୍ଭ ହେବା ପୂର୍ବରୁ ଶହ ଶହ ଚାଷୀ ଓ କୃଷି ଶ୍ରମିକ ପ୍ରସ୍ତୁତ ହୋଇ ବସିଗଲେ।
ରାମଲୀଳା ମୈଦାନର ଗେଟ୍ କେବଳ ସକାଳ ବେଳା ଖୋଲା ଯାଇଥିଲା, ମୈଦାନରେ ପାଣି ଜମିଛି ବୋଲି ଅଧିକାରୀମାନଙ୍କର କହିବା କଥା ଥିଲା । ଚାଷୀ ନେତାମାନେ ଅଭିଯୋଗ କରନ୍ତି ଯେ ବୈଠକରେ ବାଧା ଉତ୍ପନ୍ନ କରିବା ଲାଗି ଜାଣିଶୁଣି ମୈଦାନରେ ପାଣି ଭର୍ତ୍ତି କରିବାକୁ ଚେଷ୍ଟା କରାଯାଇଛି। ସମାବେଶରେ ଅତି ବେଶୀରେ ୫,୦୦୦ ଲୋକ ଏକାଠି ହୋଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଥିଲା। ତେବେ ମୈଦାନରେ ଏହା ଠାରୁ ପାଖାପାଖି ଦଶ ଗୁଣା ଅଧିକ ସଂଖ୍ୟାରେ ସଂକଳ୍ପବଦ୍ଧ ଚାଷୀ ଉପସ୍ଥିତ ଥିଲେ। ସେଠାରେ ବହୁସଂଖ୍ୟାରେ ଗଣମାଧ୍ୟମ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।
ଅଧିବେଶନ ଆରମ୍ଭରୁ ବଠିଣ୍ଡା ଜିଲ୍ଲା ବଲୋହ ଗାଁର ଚାଷୀ ଶୁଭକରଣ ସିଂଙ୍କ ସ୍ମୃତିରେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପଟିଆଲାର ଢାବି ଗୁଜରନ୍ ଠାରେ ଫେବୃଆରୀ ୨୧ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପୁଲିସ ଲୁହ ବୁହା ଗ୍ୟାସ ଓ ରବର ଗୁଳି ମାଡ଼ କରିବା ଯୋଗୁ ଶୁଭକରଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଫଳରେ ତାଙ୍କର ପରଲୋକ ହୋଇଥିଲା।
ମହାପଞ୍ଚାୟତର ପ୍ରଥମ ବକ୍ତା ଡକ୍ଟର ସୁନୀଲାମ୍ ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍)ର ସଂକଳ୍ପ ପତ୍ର ପାଠ କରିଥିଲେ। ମଞ୍ଚରେ ଏସକେଏମ୍ ଏବଂ ସହଯୋଗୀ ସଂଗଠନର ୨୫ରୁ ଅଧିକ ନେତା; ତିନି ଜଣ ନାରୀ ନେତ୍ରୀଙ୍କ ମଧ୍ୟରେ ମେଧା ପାଟକର ଉପସ୍ଥିତ ଥିଲେ। ପ୍ରତ୍ୟେକ ବକ୍ତା ଏମଏସପି ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ଉପରେ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ବକ୍ତବ୍ୟ ରଖିଥିଲେ।
![The air reverberated with ‘Kisan Mazdoor Ekta Zindabad [ Long Live Farmer Worker Unity]!’ Hundreds of farmers and farm workers attended the Kisan Mazdoor Mahapanchayat (farmers and workers mega village assembly)](/media/images/04-20240314_092304-NW_and_RM-Lohars_in_Son.max-1400x1120.jpg)
![The air reverberated with ‘Kisan Mazdoor Ekta Zindabad [ Long Live Farmer Worker Unity]!’ Hundreds of farmers and farm workers attended the Kisan Mazdoor Mahapanchayat (farmers and workers mega village assembly)](/media/images/05-1710413507878-01-NW_and_RM-Lohars_in_So.max-1400x1120.jpg)
କିସାନ୍ ମଜ୍ ଦୁର୍ ଏକ୍ ତା ଜିନ୍ଦାବାଦ୍ ( ଚାଷୀ ଶ୍ରମିକ ଏକତା ଜିନ୍ଦାବାଦ୍ ) ଧ୍ୱନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇ ଉଠିଲା । କିଷାନ୍ ମଜଦୁର ମହାପଞ୍ଚାୟତ (ଚାଷୀ ଓ ଶ୍ରମିକ ବିଶାଳ ମହାସମାବେଶ) ପାଇଁ ଶହ ଶହ ଚାଷୀ ଓ କୃଷି ଶ୍ରମିକ ଏକତ୍ରିତ ହୋଇଥିଲେ
ପଞ୍ଜାବ ଓ ହରିୟାଣା ମଧ୍ୟରେ ଶମ୍ଭୁ ଓ ଖାନୌରୀ ସୀମାରେ ଫେବୃଆରୀ ୨୦୨୪ରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଛଡ଼ାଯିବା ଓ ଲାଠି ମାଡ଼ କରିବା ଭଳି ସରକାରଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚାଷୀମାନେ ତୀବ୍ର ପ୍ରତିବାଦ କରି ଆସୁଛନ୍ତି। ପଢ଼ନ୍ତୁ : ‘ମୋତେ ଶମ୍ଭୁ ସୀମାରେ ବନ୍ଦୀ ହେବା ପରି ଲାଗିଲା’ ।
ରାଜଧାନୀରେ ପ୍ରବେଶ କରୁଥିବା ଚାଷୀଙ୍କୁ ଅଟକାଇବା ଲାଗି ସରକାରଙ୍କ ପକ୍ଷରୁ ଭୌତିକ ଅବରୋଧ ଓ ପ୍ରତିବନ୍ଧକ ସୃଷ୍ଟି କରାଯିବା ପ୍ରତିବାଦରେ ଜଣେ ବକ୍ତା ଉଗ୍ର ଆହ୍ୱାନ ଦେଇ କହିଥିଲେ : ‘‘ ଦିଲ୍ଲୀ ହମାରୀ ହୈ , ଦେଶ ପର୍ ୱହି ରାଜ୍ କରେଗା , ଯୋ କିଷାନ୍ ମଜ୍ ଦୁର୍ କୀ ବାତ୍ କରେଗା ! (ଦିଲ୍ଲୀ ଆମର! ଦେଶରେ ସେ ହିଁ ଶାସନ କରିବ, ଯିଏ ଚାଷୀ ଶ୍ରମିକଙ୍କ କଥା ଶୁଣିବ!)
ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ଚାଷୀ ଓ ଶ୍ରମିକ ସଂଘ ନେତମାନେ ‘କର୍ପୋରେଟ୍, ସାମ୍ପ୍ରଦାୟିକ, ଏକଚ୍ଛତ୍ରବାଦ ଶାସନ’କୁ ବିରୋଧ କରିବା ସହ ବର୍ତ୍ତମାନ ସରକାରଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଆହ୍ୱାନ କରିଥିଲେ।
‘‘୨୨ ଜାନୁଆରୀ, ୨୦୨୧ ପରଠାରୁ ସରକାର ଚାଷୀ ସଂଗଠନ ସହିତ କଥା ହୋଇନାହାନ୍ତି। ଯଦି କୌଣସି ଆଲୋଚନା ହୋଇନାହିଁ, ଦାବିର ସମାଧାନ ହେବ କିପରି?’’ ରାକେଶ ଟିକାୟତ ତାଙ୍କ ଭାଷଣରେ କହିଥିଲେ। ଟିକାୟତ ଭାରତୀୟ କିଷାନ ୟୁନିଅନ୍ (ବିକେୟୁ)ର ଜାତୀୟ ମୁଖପାତ୍ର ଏବଂ ଏସକେଏମ୍ର ଜଣେ ନେତା।
‘‘୨୦୨୦-୨୧ରେ ଚାଷୀ ଆନ୍ଦୋଳନର ଶେଷରେ ନରେନ୍ଦ୍ର ମୋଦୀଙ୍କ ସରକାର ସି୨ + ୫୦ ପ୍ରତିଶତ ହାରରେ ଆଇନଗତ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଗ୍ୟାରେଣ୍ଟି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଋଣ ଛାଡ଼ କରାଯିବ ବୋଲି ମଧ୍ୟ ସେମାନେ ଗ୍ୟାରେଣ୍ଟି ଦେଇଥିଲେ, ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ,’’ ସର୍ବଭାରତୀୟ କିଷାନ୍ ସଭା (ଏଆଇକେଏସ୍)ର ସାଧାରଣ ସମ୍ପାଦକ ଡକ୍ଟର ବିଜୁ କ୍ରିଷ୍ଣନ୍ କହିଥିଲେ। ପଢ଼ନ୍ତୁ ଚାଷୀ ଆନ୍ଦୋଳନ ଉପରେ ପରୀର ସମ୍ପୂର୍ଣ୍ଣ କଭରେଜ୍ ।
ବର୍ଷେ ବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୭୩୬ ଜଣ ଚାଷୀ ଙ୍କ ବିଷୟରେ ମଧ୍ୟ କ୍ରିଷ୍ଣନ୍ ମଞ୍ଚ ଉପରେ ଥାଇ ମତ ରଖିଥିଲେ। ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଏବଂ ସେମାନଙ୍କ ବିରୋଧରେ ରହିଥିବା ମାମଲା ପ୍ରତ୍ୟାହାର କରିବା ଲାଗି ସରକାର ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ କରିନାହାନ୍ତି। ‘‘ବିଦ୍ୟୁତ ଆଇନ ସଂଶୋଧନକୁ ପ୍ରତ୍ୟାହାର କରାଯିବାର ଥିଲା ଯାହା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ,’’ ମହାପଞ୍ଚାୟତ ଠାରେ ପରୀ ସହ କଥା ହୋଇ ସେ କହିଥିଲେ।


ମଞ୍ଚରେ ସଂଯୁକ୍ତ କିଷାନ ମୋର୍ଚ୍ଚ (ଏସ୍କେଏମ୍) ଏବଂ ସହଯୋଗୀ ସଂଗଠନଗୁଡ଼ିକର ୨୫ରୁ ଅଧିକ ନେତା ଥିଲେ; ସେଠାରେ ଥିବା ତିନି ଜଣ ନାରୀ ନେତ୍ରୀଙ୍କ ମଧ୍ୟରେ ମେଧା ପାଟକର ଉପସ୍ଥିତ ଥିଲେ। ପ୍ରତ୍ୟେକ ବକ୍ତା ଏମଏସ୍ପି ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ଉପରେ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ବକ୍ତବ୍ୟ ରଖିଥିଲେ। ‘୨୨ ଜାନୁଆରୀ, ୨୦୨୧ ପରଠାରୁ ସରକାର ଚାଷୀ ସଂଗଠନ ସହିତ କଥା ହୋଇନାହାନ୍ତି। ଯଦି କୌଣସି ଆଲୋଚନା ହୋଇନାହିଁ, ଦାବିର ସମାଧାନ ହେବ କିପରି?’’ ଏସକେଏମ୍ ନେତା ରାକେଶ ଟିକାୟତ (ଡାହାଣ) ପଚାରିଥିଲେ
ପରବର୍ତ୍ତୀ ସମୟରେ କ୍ରିଷ୍ଣନ୍ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପଦବୀରେ ରହିବାକୁ ନେଇ ଏସ୍କେଏମ୍ ପକ୍ଷରୁ ବିରୋଧ କରାଯିବା ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ୍ ମିଶ୍ରା ଉତ୍ତର ପ୍ରଦେଶର ଲକ୍ଷୀମପୁର ଖେରୀ ଠାରେ ପାଞ୍ଚ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଟିକାୟତ କହିଥିଲେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ଏବଂ ‘‘ଚାଷୀ ଓ ଶ୍ରମିକଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆଗାମୀ ସାଧାରଣ ନିର୍ବାଚନରେ ଯେଉଁ ଦଳ ନିର୍ବାଚିତ ହେଉ ପଛେ ଆଗକୁ ମଧ୍ୟ ଆନ୍ଦୋଳନ ଚାଲିବ’’
ଶେଷରେ ନିଜ ସ୍ୱଳ୍ପ କଥନକୁ ବିରାମ ଦେଇ ରାକେଶ ଟିକାୟତ ସମସ୍ତଙ୍କୁ ହାତ ଉପରକୁ ଉଠାଇ ମହାପଞ୍ଚାୟତର ସଂକଳ୍ପ ଗୃହିତ କରିବା ଲାଗି ଆହ୍ୱାନ ଦେଇଥିଲେ। ଅପରାହ୍ଣ ୧:୩୦ ରେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇଥିବା ଚାଷୀ-ଶ୍ରମିକ ପତାକା ସହିତ ହାତ ଉପରକୁ ଉଠାଇଥିଲେ। ଐତିହାସିକ ରାମଲୀଳା ମୈଦାନରେ ଟାଣ ଖରା ତଳେ ଯେତେ ଦୂରକୁ ଆଖି ବୁଲାଇ ଆଣିଲେ ବି ଲାଲ, ହଳଦିଆ, ସବୁଜ, ଧଳା ଓ ନୀଳ ରଙ୍ଗର ପଗଡ଼ି, ଓଢ଼ଣି, ଟୋପି ଦେଖା ଯାଉଥିଲା।
ଅନୁବାଦ: ଓଡ଼ିଶାଲାଇଭ୍