“ହେ ଭଗବାନ! ସେ ତାଙ୍କର ସକାଳର ଫିଲ୍ଟର୍ କଫି କପ୍କୁ ତଳେ ରଖି ଦେଇ ହଠାତ୍ ଚିତ୍କାର କରିବାକୁ ଲାଗିଲେ । ତାପରେ ଦୁଇ ହାତରେ ତାଙ୍କର ଫୋନ୍କୁ ଧରି ଅଫିସ୍ ଇ-ମେଲ୍ ପଢିବାରେ ବ୍ୟସ୍ତ ଥିବା ତାଙ୍କ ସ୍ୱାମୀ ଶୁଣିବା ପାଇଁ ବଡ ପାଟିରେ ପଢିବାକୁ ଲାଗିଲେ: “ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଏକ ମାଲବାହୀ ଟ୍ରେନ୍ ୧୬ଜଣ ପ୍ରବାସୀ ଶ୍ରମିକ ଉପରେ ମାଡିଗଲା – ତୁମେ କ’ଣ ଏହା ଦେଖିଛ? ଏ ସବୁ କ’ଣ ହେଉଛି ?” ସେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ ଓ ତାଙ୍କର କଫି ମଧ୍ୟ ସମ୍ପୂର୍ଣ୍ଣ ଥଣ୍ଡା ହୋଇଯାଇଥିଲା ଯାହାକୁ ସେ କାହାଣୀର ଅବଶିଷ୍ଠାଂଶ ପଢିବା ସହିତ ଗୋଟିଏ ଢୋକରେ ପିଇ ପାରିବେ । “ଓ ହୋଃ! ସେମାନଙ୍କ ମଧ୍ୟରୁ କେତେଜଣ – ଆଉ ସେମାନେ ସମସ୍ତେ କେଉଁଠାରୁ ଆସିଥିଲେ?” ଏଥର ଏକ ଅବଦମିତ ସ୍ୱରରେ ସେ ଆଶ୍ଚର୍ଯ୍ୟ ପ୍ରକାଶ କଲେ ।
“ଏମାନଙ୍କ ମଧ୍ୟରୁ ଏକ ଭାଗ ହେଉଛନ୍ତି ଉମରିଆର । ଆମେ କ’ଣ ଗତ ଡିସେମ୍ବରରେ ଏହି ସ୍ଥାନକୁ ଯାଇନଥିଲେ, ମନୁ?”। “ସେହି ଛୁଟି କଥା ଉଲ୍ଲେଖ ହେବା ମାତ୍ରେ ସେ ସ୍ୱଳ୍ପକାଳ ପାଇଁ ଉପରକୁ ଚାହିଁଲେ ଓ ସେହି ଅସନ୍ତୋଷଜନକ ଇମେଲ୍ଗୁଡିକୁ ଫେରିବା ପୂର୍ବରୁ ତାଙ୍କୁ କିଛି ସମୟ ତାଙ୍କୁ ଆନନ୍ଦିତ କଲେ । “ହଁ,” ସେ କହିଲେ । “ବନ୍ଧରବର୍ଗ ଜାତୀୟ ଉଦ୍ୟାନ । ମଧ୍ୟପ୍ରଦେଶର ସବୁଠାରୁ ପଛୁଆ ଜିଲ୍ଲାଗୁଡିକ ମଧ୍ୟରୁ ଗୋଟିଏ ଜିଲ୍ଲାରେ ଅବସ୍ଥିତ । ସେହି ଲୋକମାନେ କାମଧନ୍ଦା ଅନ୍ୱେଷଣରେ ଜଲ୍ନାକୁ ଆସିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ହେଲେ ରେଳପଥ ଉପରେ ଶୋଇବା? ସେମାନେ କେତେ ମୂର୍ଖାମି କରିପାରନ୍ତି?”
“ଓଃ, ଏହା ଅତି ସୁନ୍ଦର ଥିଲା,” ଅନ୍ୟ ଏକ ଗ୍ରହରେ ପଦାର୍ପଣ କରିବା ଭଳି ତାଙ୍କର ମନେହେଲା, “ଶେଷ ସୈୟା ମନେ ପକାଅ? ବିଷ୍ଣୁଙ୍କର ସେହି ଚିତ୍ତାକର୍ଷକ ମୂର୍ତ୍ତି ଓ ସବୁଜ ଶାଳ ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ସେହି ଶାନ୍ତ ଝରଣା … ଏହି ତାଲାବନ୍ଦ ସରିବା ପରେ ଆମେ ପୁଣି ସେଠାକୁ ଯିବା ଉଚିତ…”

ଲବାନି ଜଙ୍ଗିଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ । ଲବାନି ହେଉଛନ୍ତି ୨୦୨୦ ପରୀ ଫେଲୋ ଓ ସ୍ୱୟଂ ଶିଖିଥିବା ପେଣ୍ଟର ଯିଏ କୋଲକାତାର ସେଣ୍ଟର ଫର୍ ଷ୍ଟଡିଜ୍ ଇନ୍ ସୋସିଆଲ୍ ସାଇନ୍ସରେ ପ୍ରବାସରେ ବଙ୍ଗାଳି ଶ୍ରମିକଙ୍କ ଉପରେ ପିଏଚ୍ଡି କରୁଛନ୍ତି
କିଏ?
କିଏ ସେମାନଙ୍କୁ ନିର୍ବାସିତ କଲା?
କିଏ ସେମାନଙ୍କ ପାଇଁରେ କବାଟ କିଳି ଦେଲା?
କିଏ ସେମାନଙ୍କୁ ଯାଯାବର ପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୂରି ବୁଲିବାକୁ ଛାଡିଦେଲା
କିଏ ସେମାନଙ୍କ ଜୀବନ ଜୀବିକା ଛଡାଇ ନେଲା?
କିଏ ସେମାନଙ୍କ ପଥରେ ପ୍ରତିବନ୍ଧକ ସୃଷ୍ଟି କଲା?
କିଏ ସେମାନଙ୍କୁ ଗୃହବନ୍ଦି କରିଥିଲା?
କିଏ ସେମାନଙ୍କୁ ପୁଣି ସେମାନେ
ଭୁଲି ଯାଇଥିବା ସ୍ୱପ୍ନ ଦେଖାଇଲା?
କିଏ ତାଙ୍କ ଉଦରରେ ଜଳୁଥିବା ଭୋକର ଜ୍ୱାଳା ସହିତ
ବ୍ୟାକୁଳତା ମିଶାଇ ଦେଲା ?
କିଏ ସେମାନଙ୍କ ଶୁଷ୍କ କଣ୍ଠକୁ
କିଛି ଆଦ୍ର ସ୍ମୃତି ସହିତ ଅବରୋଧ କଲା ?
ଘର, ଅଗଣା, ଗ୍ରାମ,
ଜମି ହିଡ ଓ
ଛୋଟ ପିଲାଙ୍କ ମଧୁର ସ୍ୱର…
କିଏ? କିଏ ଏ ସବୁକୁ ସେହି
ଶୁଖିଲା ରୁଟି ଓ ରାଗ ଲଙ୍କା ଚଟଣି
ସହିତ ଭର୍ତ୍ତି କରିଦେଲା?
କିଏ ପ୍ରତ୍ୟେକ ଶୁଷ୍କ ଖାଦ୍ୟ କଣିକା
ସହିତ ତନ୍ଦ୍ରାଭିଭୂତ ଆଶା ଭରିଦେଲା?
ମୁଁ ଦୃଢ ଭାବେ କହିପାରିବି ଯେ
ଏହା ନିଶ୍ଚିତ ଭାବେ ରେଳଲାଇନ୍ ତଳେ ଥିବା
ଶାଳ ସ୍ଲିପର୍ର କାମ
ଯାହା ଗ୍ରାମ ସୀମାରେ ଥିବା ଜଙ୍ଗଲକୁ ଏଥିପାଇଁ ଆହ୍ୱାନ କରିଛି
ନଚେତ୍ କିଏ ବା କ’ଣ ପାଇଁ ଏହି ନିର୍ବୋଧତା କରିବ,
ସେମାନଙ୍କୁ ରେଶମର ଗଦିରେ
ସ୍ୱପ୍ନ ପୂରାଇ ସେଠାରେ ଦେବ?
କିଏ ବାନ୍ଧବଗଡର ସେହି
ଷୋହଳ ଭାଇକୁ ପଥର
ପାଲଟି ଯିବା ପାଇଁ ଅଭିଶାପ ଦେଇପାରିବ?
କିଏ ଗୋଟିଏ କି ଦୁଇଟି ନୁହେଁ
ବରଂ ଷୋହଳଟି ବିଷ୍ଣୁଙ୍କୁ ଶେଷନାଗରେ ଶୁଆଇଦେଲା ?
କିଏ ସେମାନଙ୍କ ପାଦର ଆଙ୍ଗୁଠିରୁ
ଗାଢ ଲାଲ୍ ରଙ୍ଗର ଚନ୍ଦ୍ରରଙ୍ଗ ବହିବାକୁ ଦେଲା
କିଏ ସେହି ସ୍ଲିପର୍ଗୁଡିକୁ ରେଳଧାରଣାରେ ରଖିଥିବ?
ଭଗବାନ ଆମମାନଙ୍କୁ ଦଣ୍ଡିତ କରିବେ!
କିଏ ସେହି ଅଧା-ଖିଆ
ରୁଟିଗୁଡିକୁ ରେଳଧାରଣାରେ
ଛାଡି ଦେଇଥିଲା?
କିଏ?
ଲେଖକ ତାଙ୍କର ମୂଳ ଗୁଜୁରାଟି କବିତାରୁ ନିଜେ ଅନୁବାଦ କରିଛନ୍ତି ।
ଅଡିଓ :ସୁଧଂୱା ଦେଶ୍ପାଣ୍ଡେ ହେଉଛନ୍ତି ଜନ ନାଟ୍ୟ ମଞ୍ଚ ସହିତ କାମ କରୁଥିବା ଜଣେ ଅଭିନେତ୍ରୀ ଓ ନିର୍ଦ୍ଦେଶକ ଓ ଲେଫ୍ଟ୍ ୱାର୍ଡ ବୁକ୍ସର ସମ୍ପାଦକ ।
ସୂଚନା : ଯେଉଁ ଶ୍ରମିକମାନଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ନାମ, ଯେପରି ମରାଠି ଡେଲି, ଲୋକମତରେ ପ୍ରକାଶିତ ହୋଇଛି
୧. ଧନସିଂ ଗୋଣ୍ଡ
ନିର୍ବେଶ ସିଂ ଗୋଣ୍ଡ
ବୁଦ୍ଧରାଜ ସିଂ ଗୋଣ୍ଡ
ଆକ୍ଚେଲାଲ୍ ସିଂ
ରାବେନ୍ଦ୍ର ସିଂ ଗୋଣ୍ଡ
ସୁରେଶ ସିଂ କଉଲ୍
ରାଜ୍ବୋରମ୍ ପରସ୍ ସିଂ
ଧର୍ମେନ୍ଦ୍ର ସିଂ ଗୋଣ୍ଡ
ବୀରେନ୍ଦ୍ର ସିଂ ଚୈନ୍ସିଂ
ପ୍ରଦୀପ ସିଂ ଗୋଣ୍ଡ
ସନ୍ତେଷ ନାପିତ
ବ୍ରିଜେଶ ଭେୟାଦିନ
ମୁନିମସିଂ ଶିଭ୍ରତନ୍ ସିଂ
ଶ୍ରୀଦୟାଲ ସିଂ
ନେମ୍ଶାହ ସିଂ
ଦୀପକ ସିଂ
ଅନୁବାଦ: ଓଡ଼ିଶାଲାଇଭ୍