କ୍ଷେତରେ ଚାଲନ୍ତୁ କିମ୍ବା ହ୍ରଦରେ ପହଁରନ୍ତୁ, ଆକାଶରେ ବିଛାଡ଼ି ହୋଇ ପଡ଼ିଥିବା ତେରଚ୍ଛା କିରଣ ଏବଂ ବଦଳୁଥିବା ରଙ୍ଗକୁ ଦେଖନ୍ତୁ, ଭୂମିରେ କାନ ଡେରି…. ଶୁଣନ୍ତୁ। ଆଉ ଲୋକମାନେ ସେମାନଙ୍କ ଜୀବନ ଓ ପ୍ରେମ, ଖୁସି ଓ ଗଭୀର କ୍ଷତି ବିଷୟରେ କଥା ହେଉଥିବାର ଶୁଣନ୍ତୁ । ଏସବୁ ଭାବନାକୁ ଏକ ଫଟୋରେ ତୋଳି ଧରନ୍ତୁ, ପାଠକମାନଙ୍କୁ ସେହି ସ୍ଥାନର ବାସ୍ତବିକତାକୁ ହୃଦୟଙ୍ଗମ କରିବା ଓ ସେଥିରେ ଥିବା ଲୋକମାନଙ୍କ ମୁଖମଣ୍ଡଳ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେବାକୁ ଦିଅନ୍ତୁ।
ଏହି ଛଅଟି ଫଟୋ ପ୍ରବନ୍ଧ ଆପଣଙ୍କୁ ଭାରତର ଗ୍ରାମୀଣ, ସହରାଞ୍ଚଳ ଓ କ୍ଷୁଦ୍ର ସହରର ପ୍ରାଣକେନ୍ଦ୍ରକୁ ନେଇଯିବ। ପଶ୍ଚିମବଙ୍ଗରେ ମୃତପ୍ରାୟ ଏକ କଳାଶୈଳୀ ଓ ଅନ୍ତହୀନ କ୍ଷୁଧାର ଚିତ୍ର, ହିମାଚଳ ପ୍ରଦେଶରେ ଅଜବ ଖୁସି ଓ ପ୍ରତିରୋଧ, ତାମିଲନାଡ଼ୁରେ ବଞ୍ଚିତ ସମାଜର ଲୋକମାନେ ନିଜ ଅନୁଭବକୁ ପ୍ରକାଶ କରିବା ଏବଂ ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ଢୋଲର ତାଳେ ତାଳେ ନାଚୁଥିବା ଲୋକମାନଙ୍କ ଲୋକନୃତ୍ୟ - ଏକ ଅତ୍ୟନ୍ତ ବିବିଧ ଭାରତର ବିଭିନ୍ନ ପରିଦୃଶ୍ୟ, ସମ୍ପ୍ରଦାୟ ଓ ଜୀବନଜୀବିକାର କାହାଣୀ ବର୍ଣ୍ଣନା କରିଥାଏ।
କ୍ୟାମେରା ଏକ ଶକ୍ତିଶାଳୀ ଉପକରଣ, ଆତ୍ମ-ପ୍ରତିବିମ୍ବର ଏକ ଉତ୍ସ ଯାହା ଶେଷରେ ବାହାର ଦୁନିଆ ଆଡ଼କୁ ବୁଲିଥାଏ, ଅନ୍ୟାୟକୁ ତୋଳି ଧରିଥାଏ, ଆଉ ବୋଧହୁଏ ଏହାର ନିବାରଣ ପାଇଁ ମାର୍ଗ ମଧ୍ୟ ପ୍ରଶସ୍ତ କରିଥାଏ।
ନିମ୍ନରେ ଦିଆଯାଇଥିବା କାହାଣୀ ହୃଦୟକୁ ଆନ୍ଦୋଳିତ କରିଦେବ କିମ୍ବା ଆପଣଙ୍କ ପେଟରେ ପ୍ରହାର କରିବ।
*****
‘ଫଟୋରେ ନିଜର କାହାଣୀ ଶୁଣାନ୍ତି ମୋ ଛାତ୍ରଛାତ୍ରୀମାନେ’’ ଏମ. ପାଲାନୀ କୁମାରଙ୍କ ପ୍ରସ୍ତୁତି
କ୍ୟାମେରାଧାରୀ ଶିକ୍ଷକ ତଥା ‘ପରୀ’ର ଫଟୋଗ୍ରାଫର ଏମ୍. ପାଲାନି କୁମାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ଶ୍ରେଣୀ ଏବଂ କର୍ମଶାଳାରେ ଯୋଗ ଦେଇ ପ୍ରଥମ ଥର ପାଇଁ ହାତରେ କ୍ୟାମେରା ଧରନ୍ତି ସଫେଇ କର୍ମଚାରୀ, ମତ୍ସ୍ୟଜୀବୀ ମହିଳା ଏବଂ ଅନ୍ୟମାନଙ୍କ ପିଲାମାନେ

‘ମୁଁ ଚାହୁଁଛି ମୋ ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜସ୍ୱ ଅଳ୍ପ ଜ୍ଞାତ କାହାଣୀ କୁହନ୍ତୁ । ଏସବୁ କର୍ମଶାଳାରେ ସେମାନେ ନିଜ ଦୈନନ୍ଦିନ ଜୀବନର ଜିନିଷଗୁଡ଼ିକୁ ଫଟୋରେ ତୋଳି ଧରିଛନ୍ତି,’ ପାଲାନୀ କୁମାର କୁହନ୍ତି

ଇନ୍ଦିରା ଗାନ୍ଧୀ (ଫୋକସରେ ଥିବା) ଚିଙ୍ଗୁଡ଼ି ଜାଲ ଟାଣିବା ପାଇଁ ପ୍ରସ୍ତୁତ ରହିଛନ୍ତି

ପି. ଇନ୍ଦ୍ରଙ୍କ ପିତା ପାଣ୍ଡି ମାତ୍ର ୧୩ ବର୍ଷ ବୟସରେ ସଫେଇ କର୍ମୀ ଭାବେ କାମ କରିବା ଲାଗି ବାଧ୍ୟ ହୋଇଥିଲେ କାରଣ ତାଙ୍କର ବାପା ମା’ ତାଙ୍କୁ ପାଠ ପଢ଼ାଇବାର ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିଲେ - ସେମାନେ ମଧ୍ୟ ସଫେଇ କର୍ମୀ ଥିଲେ। ଉପଯୁକ୍ତ ଗ୍ଲୋବ୍ସ ଏବଂ ଜୋତା ନଥିବା କାରଣରୁ ତାଙ୍କ ଭଳି ସଫେଇ କର୍ମୀମାନେ ଚର୍ମ ରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥାନ୍ତି
*****
‘ମାଛଙ୍କ ପାଇଁ ମୁଁ ଭଲ ଫଟୋଗ୍ରାଫର୍ ହୋଇପାରିଛି’ ଏମ. ପାଲାନୀ କୁମାରଙ୍କ ପ୍ରସ୍ତୁତି
ହ୍ରଦରେ ମାଛ ଧରୁଥିବା କୁଶଳୀ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଦୈନନ୍ଦିନ ଜୀବନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଜଣେ ପରୀ ଫଟୋଗ୍ରାଫର ଯିଏକି ଏହି ସମ୍ପ୍ରଦାୟ ମଧ୍ୟରେ ରହି ବଡ଼ ହୋଇଛନ୍ତି

ମୋ ହାତକୁ କ୍ୟାମେରା ଆସିବା ପରେ , ମୁଁ ମତ୍ସ୍ୟଜୀବୀ - ପିଚାଇ ଆନ୍ନା, ମୋକ୍କା ଆନ୍ନା, କାର୍ତ୍ତିକ, ମରୁଦୁ, ସେନ୍ତିଲ କଲାଇ ପ୍ରମୁଖଙ୍କ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲି ଯେଉଁମାନେ ହ୍ରଦରେ ଜାଲ ପକାଉଥିଲେ

ଅଧିକ ମାଛ ଧରିବା ପାଇଁ ମଦୁରାଇ ଜୱାହରଲାଲପୁରମରେ ଥିବା ବଡ଼ ହ୍ରଦ ଚାରି ପାଖରେ ମତ୍ସ୍ୟଜୀବୀମାନେ ବୁଲୁଛନ୍ତି

ଜବାହରଲାଲପୁରମର ବଡ଼ ହ୍ରଦରେ ପାଣିରୁ ଜାଲ ବାହାର କରୁଥିବା ମତ୍ସ୍ୟଜୀବୀ। ମୋକ୍କା (ସବୁଠୁ ବାମ) କୁହନ୍ତି ଯେ , ହ୍ରଦର ତଳ ଭାଗରେ ପଥର ଓ କଣ୍ଟା ଅଛି। ‘ ଯଦି କଣ୍ଟା ଫୁଟିଗଲା ତା ’ ହେଲେ ଆମେ ଠିକ୍ ଭାବେ ଚାଲି ପାରିବା ନାହିଁ , ସେଥିପାଇଁ ଜାଲ ପକାଇବା ସମୟରେ ଆମକୁ ବେଶ୍ ସତର୍କ ରହିବାକୁ ପଡ଼ିଥାଏ ’
*****
ଅନାହାର ଦ୍ୱାରଦେଶରେ ଥିବା ଅବହେଳିତ ସମୁଦାୟ ରୀତାୟନ ମୁଖାର୍ଜୀଙ୍କ ପ୍ରସ୍ତୁତି
ଅଗଷ୍ଟ ୯ରେ, ବିଶ୍ୱ ସ୍ଥାନୀୟ ବାସିନ୍ଦା ଆନ୍ତର୍ଜାତୀୟ ଦିବସ ଅବସରରେ, ପଶ୍ଚିମବଙ୍ଗରେ ସବର ଆଦିବାସୀ ସମ୍ପ୍ରଦାୟ ଉପରେ ଏକ ଆଲେଖ୍ୟ। ଯଦିଓ ଏହି ସମୁଦାୟକୁ ଅଣ-ଅଧିସୂଚୀତ କରାଯିବାର ୭୦ ବର୍ଷ ବିତିଗଲାଣି, ତଥାପି ମଧ୍ୟ ସେମାନେ ସାମାଜିକ ବାସନ୍ଦ ଏବଂ ସଂଘର୍ଷର ସମ୍ମୁଖୀନ ହେବା ସହିତ ଅବହେଳିତ ଭାବରେ ଅନାହାରରେ ମରୁଛନ୍ତି। ସେମାନେ ଖାଦ୍ୟ ଓ ଜୀବିକା ପାଇଁ ମୁଖ୍ୟତଃ ସଙ୍କୁଚିତ ହୋଇ ଚାଲିଥିବା ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି

ରୋଜଗାର ସୁଯୋଗ ଅଭାବ କାରଣରୁ ପଶ୍ଚିମ ମେଦିନିପୁର ଓ ଝାଡ଼ଗ୍ରାମ ଜିଲ୍ଲାର ସବର ସମ୍ପ୍ରଦାୟ ମଧ୍ୟରେ କ୍ଷୁଧା ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ

କନକ କୋଟଲଙ୍କର ହାତ (ବାମ) ସ୍ଥାୟୀ ଭାବରେ ବିକୃତ ହୋଇଯାଇଛି କାରଣ ହାଡ଼ ଭାଙ୍ଗିବା ସମୟରେ ସେ ଡାକ୍ତରୀ ଚିକିତ୍ସା ପାଇପାରିଲେ ନାହିଁ। ତାଙ୍କ ଗାଁ , ସିଙ୍ଗଧୁଇରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି

ଜଣେ ଶିଶୁଠାରେ ଅପପୁଷ୍ଟିର ଲକ୍ଷଣ
*****
ବିଲୁପ୍ତି ପଥେ ମା’ ବନବିବିଙ୍କ ପାଲା ଗାନ୍ ରୀତାୟନ ମୁଖାର୍ଜୀଙ୍କ ପ୍ରସ୍ତୁତି
ସୁନ୍ଦରବନର ସ୍ଥାନୀୟ ବାସିନ୍ଦାମାନେ ଅନେକ ଗୀତିନାଟ୍ୟ ପରିବେଷଣ କରିଥାନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ବନବିବି ପାଲା ଗାନ୍। ହେଲେ ରୋଜଗାର ନଥିବାରୁ ଅନେକ କଳାକାର ବାଧ୍ୟ ହୋଇ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଚାଲି ଯାଉଛନ୍ତି, ତେଣୁ ଏହି ଲୋକ ନାଟ୍ୟ ପରିବେଷଣ କରୁଥିବା କଳାକାରଙ୍କ ସଂଖ୍ୟା ଏବେ ନଗଣ୍ୟ ହୋଇଯାଇଛି

ରାସ୍ତାରେ ପରଦା ଟାଣି ଆବଦ୍ଧ କରାଯାଇଥିବା ଗ୍ରୀନରୁମରେ ଦର୍ଶକଙ୍କ କୋଳାହଳ ଶୁଣିବାକୁ ମିଳୁଛି ଏବଂ ଅଭିନେତାମାନେ ଏକ ଗୀତିନାଟ୍ୟ ବନବିବିଙ୍କ ପାଲାଗାନ ପାଇଁ ପ୍ରସ୍ତୁତ ହେଉଛନ୍ତି

ମା ବନବିବି, ମା ମନସା ଓ ଶିବ ଠାକୁରଙ୍କୁ ସମର୍ପିତ ପ୍ରାର୍ଥନା ସହିତ ପାଲାଗାନ୍ ଆରମ୍ଭ କରୁଛନ୍ତି କଳାକାର

ଅଭିନେତାମାନେ ଛୋଟ ବନବିବି ଓ ନାରାୟଣୀଙ୍କ ମଧ୍ୟରେ ଏକ ଯୁଦ୍ଧ ଦୃଶ୍ୟ ପରିବେଷଣ କରୁଛନ୍ତି
*****
ଧର୍ମଶାଳାରେ ସ୍ୱାଭିମାନ ପଦଯାତ୍ରା ଶ୍ୱେତା ଡାଗାଙ୍କ ପ୍ରସ୍ତୁତି
ହିମାଚଳ ପ୍ରଦେଶରେ ଆୟୋଜିତ ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ’ ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ନିମନ୍ତେ ଉଦ୍ଦିଷ୍ଟ ଥିଲା, ଏଥିରେ ରାଜ୍ୟର ଗ୍ରାମ ତଥା ଛୋଟ ଛୋଟ ସହରରୁ ବହୁ ବ୍ୟକ୍ତି ଭାଗ ନେଇଥିଲେ

ଏପ୍ରିଲ ୩୦, ୨୦୨୩ରେ ହିମାଳୟର ଧାଉଲଧର ପର୍ବତମାଳାରେ ଧର୍ମଶାଳା (ଧର୍ମଶାଲା ନାମରେ ମଧ୍ୟ ଉଚ୍ଚାରିତ) ସହରରେ ପ୍ରଥମ ପ୍ରାଇଡ୍ ମାର୍ଚ୍ଚ ଆୟୋଜନ କରାଯାଇଥିଲା

ଅନ୍ୟତମ ଆୟୋଜକ ଅନନ୍ତ ଦୟାଲ ସମଲିଙ୍ଗୀଙ୍କ ଅଧିକାର ପ୍ରତୀକ ଥିବା ଏକ ପତାକା ଧରିଛନ୍ତି

ପ୍ରାଇଡ୍ ମାର୍ଚ୍ଚ ସମୟରେ ଭାଷଣ ଦେଉଛନ୍ତି ମନୀଷ ଥାପା (ମାଇକ ଧରିଥିବା)
*****
ପିଲି ବେଶ ଲୋକ କଳା : ଢୋଲ ତାଳେ ତାଳେ ନୃତ୍ୟ ନୀତେଶ ମାତ୍ତୁ
ଉପକୂଳ କର୍ଣ୍ଣାଟକର ଯୁବକମାନଙ୍କ ଦ୍ୱାରା ଏହି ସ୍ଫୁର୍ତ୍ତିଶୀଳ ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ସ୍ଥାନୀୟ ସ୍ତରରେ ସଂଗଠିତ, ଆର୍ଥିକ ପ୍ରୋତ୍ସାହନପ୍ରାପ୍ତ ଏହି ନୃତ୍ୟ ଦଶହରା ଏବଂ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ଉତ୍ସବର ଏକ ଅଭିନ୍ନ ଅଙ୍ଗ ହୋଇଥାଏ

ପିଲି ବେଶ ହେଉଛି ଏକ ଲୋକ ନୃତ୍ୟ ଯାହା ଦଶହରା ଓ ଜନ୍ମାଷ୍ଟମୀ ସମୟରେ ପରିବେଷଣ କରାଯାଏ

(ବାମରୁ ଡାହାଣ) ନିଖିଲ, କ୍ରିଷ୍ଣା, ଭୁବନ ଅମିନ ଓ ସାଗର ପୂଜାରୀଙ୍କ ଶରୀରରେ ଜୟକର ପୂଜାରୀ ବାଘ ଶରୀର ଭଳି ରଙ୍ଗାଉଥିବା ବେଳେ ସେମାନେ ନିଜ ନାଚିବା ପାଳିକୁ ଅପେକ୍ଷା କରି ରହିଛନ୍ତି

ପ୍ରଜ୍ଜ୍ୱଳ ଆଚାର୍ଯ୍ୟ କଳା ବାଘ ରୂପରେ ସଜ୍ଜିତ ହୋଇ ନିଜର ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଛନ୍ତି। ପୂର୍ବରୁ ପାରମ୍ପରିକ ଭାବଭଙ୍ଗୀ ସ୍ଥାନରେ ଏବେ ଏକ୍ରୋବେଟିକ୍ ପ୍ରଦର୍ଶନ କରାଯିବା ସହିତ ଷ୍ଟଣ୍ଟ ବା ଦୁଃସାହିକ କୌଶଳ ପ୍ରଦର୍ଶନ ଉପରେ ଜୋର ଦିଆଯାଉଛି
*****
ଯଦି ଆମେ କରୁଥିବା କାର୍ଯ୍ୟରେ ଆପଣଙ୍କର ରୁଚି ରହିଛି ଏବଂ ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା ’ ହେଲେ ଦୟାକରି ଆମକୁ contact@ruralindiaonline.org ରେ ଲେଖନ୍ତୁ। ଆମ ସହ କାମ କରିବା ଲାଗି ମୁକ୍ତବୃତ୍ତି ଓ ନିରପେକ୍ଷ ଲେଖକ , ସାମ୍ବାଦିକ , ଫଟୋଗ୍ରାଫର , ଚଳଚ୍ଚିତ୍ର ନିର୍ମାତା , ଅନୁବାଦକ , ସମ୍ପାଦକ , ଚିତ୍ରକର ଏବଂ ଗବେଷକଙ୍କୁ ଆମେ ସ୍ୱାଗତ କରୁଛୁ।
ପରୀ ଏକ ଅଣ - ଲାଭକାରୀ ସଂସ୍ଥା ଏବଂ ଆମର ବହୁଭାଷୀ ଅନଲାଇନ ଜର୍ଣ୍ଣାଲ୍ ଓ ଆର୍କାଇଭ୍କୁ ପସନ୍ଦ କରୁଥିବା ଲୋକଙ୍କ ଠାରୁ ମିଳୁଥିବା ଦାନ ଉପରେ ଆମେ ନିର୍ଭର କରିଥାଉ। ଯଦି ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା ’ ହେଲେ ଦୟାକରି ଦାନ କରନ୍ତୁ ଉପରେ କ୍ଲିକ୍ କରନ୍ତୁ
ଅନୁବାଦ : ଓଡ଼ିଶାଲାଇଭ୍